Home ଆଞ୍ଚଳିକ ବାଣୀବିହାର ବିବେକାନନ୍ଦ ଶିଶୁ ମନ୍ଦିର ବାର୍ଷିକ କ୍ରିଡା ଉତ୍ସବ

ବାଣୀବିହାର ବିବେକାନନ୍ଦ ଶିଶୁ ମନ୍ଦିର ବାର୍ଷିକ କ୍ରିଡା ଉତ୍ସବ

47

ଆସିକା,୧୬/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ଏନଏସି ଅନ୍ତର୍ଗତ ୱାର୍ଡ ନମ୍ବର-୨ ବାଣିବୀହାର ବିବେକାନନ୍ଦ ଶିଶୁ ମନ୍ଦିରର ବାର୍ଷିକ କ୍ରିଡା ଉତ୍ସବ ସ୍ଥାନୀୟ ହରିହର ହାଇସ୍କୁଲ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରିଡା ଉତ୍ସବ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରତ୍ୟେକ୍ଷ ତତ୍ୱାବାଧାନରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ତଥା ବରିଷ୍ଠ କ୍ରିଡାବିତ ଦିଲ୍ଲିପ କୁମାର ପାଣିଗ୍ରାହି ଯୋଗ ଦେଇ କ୍ରିଡାଉତ୍ସବକୁ ଉଦଘାଟନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କ୍ରିଡା ମଶାଲ ସହର ପରିକ୍ରମା କରାଯାଇଥିଲା । ଅତିଥିଙ୍କ ଦ୍ୱାରା କ୍ରିଡା ଧ୍ୱଜା ଉତୋଳନ କରାଯାଇଥିଲା । ଏହି କ୍ରିଡା ଉତ୍ସବରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ପ୍ରାୟ ୩୧୦ ଜଣ ଛାତ୍ରଛାତ୍ରୀ କ୍ରିଡାରେ ଅଂଶଗ୍ରହଣ କରିଛନ୍ତି । ଏହି କ୍ରିଡା ଉତ୍ସବରେ ଦୈାଡ ଖେଳ,ଲଙ୍ଗ ଜମ୍ପ,ହାଇ ଜମ୍ପ,ମ୍ୟୁଜିକ ଚେୟାର,ବାଟି ଚାମଚ,ବେଙ୍ଗ ଡିଅାଁ,ଠେକୁଆ ଡିଅାଁ,ରିଙ୍ଗ ବୋତଲ ପ୍ରମୁଖ ପ୍ରତିଯୋଗିତା ଅନୁଷ୍ଠୀତ ହୋଇଥିଲା । କ୍ରିଡା ଶିକ୍ଷକ ପଚାଂନନ ନାହକ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଗୁରୁଜୀ ଓ ଗୁରୁମା ବିରୁପାକ୍ଷ ସାମନ୍ତରାଏ,ନିର୍ମଳ,ବିଷ୍ଣୁପ୍ରିୟା ରାଉତ,ଗାୟତ୍ରୀ ଗୈାଡ,ବାସନ୍ତି ଗୈାଡ,ନିନା ମହାରଣା,ବାସନ୍ତି ପ୍ରଧାନ,ସାଗରିକା ସାସମଲ,ଏ.ରେଣୁ ଆଚାରୀ,ରୁନୁଲତା ସ୍ୱାଇଁ,ସାରଙ୍ଗ ବାଡତ୍ୟା,ବି.ଜୟଶ୍ରୀ ଦୋରା,ସଂଧ୍ୟା ବେହେରା, ବବିତା ଗୈାଡ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।