Home ଆଞ୍ଚଳିକ ମେଗା ରକ୍ତଦାନ ଶିବିର।

ମେଗା ରକ୍ତଦାନ ଶିବିର।

89

ଆସିକା , ୧୫/୦୪/୨୨ ( ଜିଲ୍ଲା ଖବର ) : ଆମ ପୋଲିସ ସମିତି ଆସିକା ପକ୍ଷରୁ ସ୍ଥାନୀୟ ବିଭିନ୍ନ ସଙ୍ଗଠନ ର ସହଯୋଗ ରେ ଶୁକ୍ରବାର ଦିନ ଥାନା ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।

ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଂଯୋଜନା ରେ ଉପ ଖଣ୍ଡ ଆରକ୍ଷୀ ଅଧିକାରୀ ଉମାଶାଙ୍କର ସିଂ, ଥାନା ଦାୟିତ୍ଵ ରେ ଥିବା ଶିକ୍ଷାନିବେସ ଆଇ ପି ଏସ ଅଧିକାରୀ ନଚିକେତା ସେଲକେ, ଏନ୍ଏସି ର ଅଧ୍ୟକ୍ଷା ବିନେତା ସ୍ୱାଇଁ, ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ,ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହାକଙ୍କ ଉପସ୍ଥିତି ରେ ସାଂସଦ ପ୍ରମିଳା ବିଷୋୟୀଏହାର ଉଦ୍ ଘାଟନ କରିଥିଲେ।

ସାମ୍ପ୍ରତିକ ପରିସ୍ଥିତି ରେ ଜିଲ୍ଲା ରେ ରକ୍ତ ର ଆବଶ୍ୟକତା ଓ ବ୍ଲୁଡ ବ୍ୟାଙ୍କ ରେ ରକ୍ତ ଅଭାବ ସୃଷ୍ଟି ହେବାର ଆଶଙ୍କା ନେଇ ଆମ ପୋଲିସ ସମିତି ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଥିଲା।

ମେଗା ରକ୍ତ ଦାନ ଶିବିର

ଆସିକାର ୨୪ରୁ ଅଧିକ ସଙ୍ଗଠନ କୁ ସାମିଲ କରି ଜନ ସାଧାରଣ ଙ୍କ ମଧ୍ୟରେ ରକ୍ତ ଦାନ ନେଇ ଅନୁକୂଳ ବାତାବରଣ ସୃଷ୍ଟି କରାଯିବାରେ ଶିବିରରେ ୨୫୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ରକ୍ତ ଦାତା ଓ ସ୍ଵେଚ୍ଛା ସେବୀ ମାନଙ୍କୁ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦୀପ କୁମାର ଦଳେଇ, ଗୋଷ୍ଟି ଉନ୍ନୟନ ଅଧିକାରୀ ରୋଷନ ଷଡ଼ଙ୍ଗୀ, ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ସମେତ ବହୁ ସରପଞ୍ଚ,ସମିତି ସଭ୍ୟ ପ୍ରମୁଖ ଯୋଗ ଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ।

ଆମ ପୋଲିସ ସମିତି ର ସଭ୍ୟମାନେ ପରିଚାଳନାରେ ସହଯୋଗ କରିଥିବା ବେଳେ ବ୍ରହ୍ମପୁର ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ଓ ଡାକ୍ତର ରକ୍ତ ସଂଗ୍ରହ କରିଥିଲେ। ଥାନା ର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ସକ୍ରିୟ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲା।