Monday, November 16, 2026
Home ଆଞ୍ଚଳିକ ପୃଥକ ପୃଥକ ସଡକ ଦୁର୍ଘଟଣାରେ ଜଣେ ମୃତ ତିନି ଆହତ ।

ପୃଥକ ପୃଥକ ସଡକ ଦୁର୍ଘଟଣାରେ ଜଣେ ମୃତ ତିନି ଆହତ ।

56

ଭଞ୍ଜନଗର , ୧୫/୦୪/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ଅଞ୍ଚଳରେ ଦିନକୁ ବୃଦ୍ଧି ପାଇବାକୁ ଲାଗିଛି ସଡକ ଦୁର୍ଘଟଣା। ବେପାରୁଆ ଗାଡି ଚାଲାଣ ସହ ମଦ ପିଇ ଗାଡି ଚଳାଇବା ଯୋଗୁ ଅନେକ ପରିମାଣରେ ସଡକ ଦୁର୍ଘଟଣା ଘଟୁଛି। ଭଞ୍ଜନଗର ଓ ଆଖପାଖ ଅଞ୍ଚଳରେ ଅନେକ ପରିମାଣରେ ମଦ ଭାଟି ଖୋଲିବା ଯୋଗୁଁ ଯୁବ ଗୋଷ୍ଠୀ ମଦ ପିଇ ଗାଡି ଚଳାଉଛନ୍ତି ଯାହା ଫଳରେ ବହୁ ମୂଲ୍ୟବାନ ଚାଲି ଯାଉଛି।

ଏମିତି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ ହୋଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ସଂକଟପର୍ଣ୍ଣ ଅଛି ।ଭଞ୍ଜନଗର ରୁ ସୋରଡା ଯାଉ ଥିବା ktm duke bike ଗୋଟିଏ କଲବର୍ଟ କୁ ଧକ୍କା ଦେବାରୁ ଲାଠିପଡା ଗ୍ରାମର ଜଣେ ଯୁବକ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ଜଣଙ୍କ ଅବସ୍ଥା ଖରାପ ହେବା ଯୋଗୁ ବ୍ରହ୍ମପୁର କୁ ପଠାଗଲା। ସେହିପରି ଅନ୍ୟ ଏକ ହିରୋ ସ୍ପଲେଣ୍ଡର bike ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ସୋରଡା ପାଳକତା ଗ୍ରାମର ପ୍ରମୋଦ ଓ ଅନ୍ୟ ଜଣେ ଯୁବକ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ପଠା ଗଲା ।