
ଯାଜପୁର , ୧୫/୦୪/୨୨ ( ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମୁଗୁପାଳ ଠାରେ ଥିବା ଗୀତା ସ୍କୁଲ ରେ ୨୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l


ଏଥିରେ ବିଦ୍ୟାଳୟ ର ପ୍ରତିଷ୍ଠାତା ପ୍ରମୋଦ କୁମାର ଦାସ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ମନୋରଞ୍ଜନ ମହାନ୍ତି ଯୋଗ ଦେଇ ଗୀତା ର ମହlତ୍ମ୍ୟ ବିଷୟରେ ଉପସ୍ଥିତ ପିଲା ମାନଙ୍କୁ ବୁଝାଇ ଥିଲେ l



୨୨ ବର୍ଷ ଧରି ସେ ବିଦ୍ୟାଳୟ ଟି ରେ ପିଲାମାନଙ୍କୁ ମାଗଣା ରେ ବେଦ ବେଦାନ୍ତ ଓ ଆଧ୍ୟାତ୍ମିକ ପାଠ ପଢ଼ାଉଥିବାର କହିଥିଲେ l ପ୍ରାରମ୍ଭରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗୀତା ଅଧୟନ ଓ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା l



କୃତି ପିଲା ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଜିଲ୍ଲା ରେ ଏଭଳି ବିଦ୍ୟାଳୟ ବିରଳ ହୋଇଥିବାବେଳେ ଏହି ବିଦ୍ୟାଳୟ ରେ ପାଠ ପଢିବା ପାଇଁ ପ୍ରବଳ ଆଗ୍ରହ ରହିଥିବା ଦେଖା ଯାଇଥିଲା ।

ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇ ଥିଲେ l
ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ।



