ବଡ଼ଚଣାର ଚଣ୍ଡିଖୋଲ ନିକଟରେ କଲାମ ଇନଷ୍ଟି ଚୁଟ ଶୁଭ ଉଦ୍ଘାଟନ ହୋଇ ଯାଇଛି l

64

ଯାଜପୁର , ୧୫/୦୪/୨୨ ( ଜିଲ୍ଲା ଖବର ) : ମହାବିଷୁବ ସଂକ୍ରାନ୍ତି ଦିନ, ଯାଜପୁର ଜିଲ୍ଲା ଅନ୍ତର୍ଗତ ଚଣ୍ଡିଖୋଲ ନିକଟସ୍ଥ ପାରାଦ୍ୱୀପ ରୋଡ଼ ପାର୍ଶ୍ଵ ଗାନ୍ଧୀ ଛକ ଠାରେ କାଲାମ ଇନଷ୍ଟିଚ୍ୟୁଟ ର ଶୁଭାରମ୍ଭ କରାଗଲା I

ଏହି ଶୁଭ ଉଦ୍ଘାଟନ ଅବସରରେ ସ୍ଥାନୀୟ ଅଞ୍ଚଳ ର ବହୁ ଛାତ୍ରଛାତ୍ରୀ ଯୋଗ ଦାନ କରି କାଲାମ ଇନଷ୍ଟିଚ୍ୟୁଟ ର ବହୁ ପ୍ରତିଯୋଗିତା ରେ ଭାଗ ନେଇଥିଲେ, ଏବଂ ସେଥିରେ ଉତ୍ତୀର୍ଣ୍ଣ ହୋଇଥିଲେ I

ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସବ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ I ଉଦ୍ଘାଟନ ର ମୁଖ୍ୟ ଅତିଥି ଥିଲେ ପବିତ୍ର କୁମାର ମାହାଲ I

ଓ ସମ୍ମାନିତ ଅତିଥି ଥିଲେ ଅମିୟ କୁମାର ଦାସ, ମୁଖ୍ୟ ବକ୍ତା ଯଶୋବନ୍ତ ଲେଙ୍କା, ଆଇନଜୀବୀ ଓ ସମାଜସେବୀ ସୁରେଶ ଚନ୍ଦ୍ର ସାହାଣୀ ଏବଂ ଷ୍ଟେଟ ବ୍ୟାଙ୍କ ଉପଶାଖା ପ୍ରବନ୍ଧିକ ସୁଜିତ କୁମାର ସାହୁ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ ସହ ଅନୁଷ୍ଠାନର ମଙ୍ଗଳ କାମନା କରିଥିଲେ l

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର l