
ଆସିକା,୧୬/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ଟାଉନହଲ ଖେଳ ପଡିଆ ଠାରେ ଚାଲିଥିବା ମା ଖମ୍ବେଶ୍ୱରୀ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟଂ ସୋମବାର ଦୁଇଟି ମ୍ୟାଚରେ କନ୍ଧମାଳ ଜିଲ୍ଲା ଡାମ୍ବା ଭଲିବଲ ଦଳ ଓ ଗଜପତି ଜିଲ୍ଲା ମୋହନର ସେଟଂ ପିଟର ଭଲିବଲ ଦଳ ବିଜୟୀ ହୋଇଛନ୍ତି । ପୂର୍ବାହ୍ନ ମ୍ୟାଚରେ ବ୍ରହ୍ମପୁର କାରଗିଲ ଭଲିବଲ ଦଲ ସହିତ କନ୍ଧମାଳ ଜିଲ୍ଲା ଡାମ୍ବା ଭଲିବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ରହ୍ମପୁର କାରଗିଲ ଭଲିବଲ ଦଳ ଟସ ଜିତିଥିବା ବେଳେ କନ୍ଧମାଳ ଡାମ୍ବା ଭଲିବଲ ଦଳ ସର୍ଭିସ ଆରମ୍ଭ କରିଥିଲେ । କନ୍ଧମାଳ ଜିଲ୍ଲା ଡାମ୍ବା ଭଲିବଲ ଦଳ ୨-୧ ପଏଟଂ ହାସଲ କରି ବିଜୟୀ ହୋଇଥିବା ବେଳେ ବ୍ରହ୍ମପୁର କାରଗିଲ ଭଲିବଲ ଦଲ ପରାଜୟ ବରଣ କରିଥିଲେ । ଏହି ମ୍ୟାଚରେ ଡାମ୍ବା ଭଲିବଲ ଦଳ ଖେଳାଳୀ ହିରୋ ନାୟକଙ୍କୁ ଆସିକା ମହାତ୍ମା ଗାନ୍ଧୀ ରୋଡ ବିଶିଷ୍ଟ ସୁନା ବ୍ୟବସାୟୀ ଆର.ଚିଦାନନ୍ଦ ଆଚାରୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ସେହିପରି ପରବର୍ତୀ ଅପରାହ୍ନ ମ୍ୟାଚରେ ମୋହନାର ସେଟଂ ପିଟର ଭଲିବଲ ସହିତ କେ.ବରିଡାର ରୋୟାଲ ସିକ୍ସ ଭଲିବଲ ଦଳ ସହିତ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ରୋୟାଲ ସିକ୍ସ ଭଲିବଲ ଦଳ ଟସ ଜିତିଥିବା ବେଳେ ସେଟଂ ପିଟର ସର୍ଭିସ ଆରମ୍ଭ କରି ୨-୧ ପଏଟଂ ହାସଲ କରି ବିଜୟୀ ହୋଇଥିବା ବେଳେ ମୋହନା ସେଟଂ ପିଟର ପରାଜିତ ହୋଇଥିଲେ । ରୋୟାଲ ସିକ୍ସ ଭଲିବଲ ଦଳର ଖେଳାଳି ମିଥୁନ ପ୍ରଧାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ କରାଯାଇ ଆସିକା ଓକିଲ ସଂଘର ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ପଣ୍ଡାଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଏହି ମ୍ୟାଚରେ ରେଫରୀ ଦାୟିତ୍ୱରେ ରାମକୃଷ୍ଣ ଭଞ୍ଜ,ସ୍ୱଦେଶ ଦଳେଇ ଦାୟିତ୍ୱ ତୁଲାଇଥିବା ବେଳେ ସ୍କୋରରେ ରାକେଶ ବେହେରା,ସଂଗ୍ରାମ ସ୍ୱାଇଁ,ସତୀଶ କୁମାର ନାହକ ଏବଂ ଧାରାବିବରଣୀ ଦାୟିତ୍ୱରେ ବଳରାମ ପୋଲାଇ,ବଦେଶୀ ନାହକ,ଦିଲ୍ଲିପ କୁମାର ପାଣିଗ୍ରାହି ପ୍ରମୁଖ ଥିଲେ ।
ଆଜିର ମ୍ୟାଚରେ ଆକର୍ଷଣୀୟ ଦର୍ଶକ ଭାବେ କବିସୂର୍ଯ୍ୟନଗର ଅଚଂଳ ଗୋଲାମୁଣ୍ଡୁଳା ଗ୍ରାମର ୮୧ ବର୍ଷିୟ ଅନ୍ତର୍ଯ୍ୟାମୀ ଦଳେଇଙ୍କୁ ଜଣେ ନିୟମିତ ଦର୍ଶକ ରୁପେ ଆସିକା ଟାଉନହଲ ଆଥଲେଟିକ ଆସୋସିଏସନ ପକ୍ଷରୁ ସମ୍ମାନ୍ଥଚ୍ଛ କରାଯାଇଥିଲେ । ତାଙ୍କର ୧୦ ପୁଅ ଏବଂ ଗୋଟିଏ ଝିଅ ଥିବା ବେଳେ ଏହି ମ୍ୟାଚ ଦେଖିବାକୁ ଅନ୍ତର୍ଯ୍ୟାମୀ ଦଳେଇ ସହିତ ତାଙ୍କ ୭ ପୁଅ ମଧ୍ୟ ନିୟମିତ ଦର୍ଶକ ଭାବେ ମ୍ୟାଚ ଦେଖିବାକୁ ଆସିଥିବା ପ୍ରତିକ୍ରିୟା ରଖିଥିଲେ । ଏହି ମ୍ୟାଚରେ ସଭାପତି ଦିଲ୍ଲିପ କୁମାର ପାଣିଗ୍ରାହି,ଉପସଭାପତି ବି.ତେଜେଶ୍ୱର ରେଡ୍ଡି, ସେକ୍ରେଟାରୀ ଏମ.ତାରିଣୀ ସେନାପତି, ଯୁଗ୍ମ ସମ୍ପାଦକ ଏମ.ଶତ୍ରୁଘ୍ନ ରେଡି,କୋଷାଧ୍ୟକ୍ଷ ଲିଙ୍ଗରାଜ ପଣ୍ଡା,ଯୁବ ଖେଳାଳୀ ଚକ୍ରଧର ମିଶ୍ର,ଏସ.କାମେଶ୍ୱର,ଆଦିକାନ୍ତ ନାୟକ,ବିଶ୍ୱନାଥ ସେଠି ଖେଳକୁ ତଦାରଖ କରୁଥିବା ବେଳେ ପ୍ରିୟରଞ୍ଜନ ତ୍ରିପାଠି,ବୁଜେନ୍ଦ୍ର ରାଓ, ସତିଶ ଆଚାରୀ,ନିଳାଚଂଳ ଗୈାଡ,ବଳରାମ ବେହେରା ପ୍ରମୁଖ ମ୍ୟାଚ ପରିଚାଳନା ସହ ଯୋଗ କରିଥିଲେ ।



