Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ପାଠଚକ୍ର କାର୍ଯ୍ୟକ୍ରମ

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ପାଠଚକ୍ର କାର୍ଯ୍ୟକ୍ରମ

64

ଆସିକା,୧୬/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ବିଜ୍ଞାନ ମହାବିଦ୍ୟାଳୟ ଠାରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ମାନବିକ ଅଧିକାରର ପ୍ରସଙ୍ଗ ଓ ଆହ୍ୱାନ ଶିର୍ଷକ ପାଠଚକ୍ର ଆଲୋଚନା ହୋଇଥିଲେ । ଏହି ପାଠଚକ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଚଂଳିକ କାର୍ଯ୍ୟାଳୟ ଉପସଚିବ ଡଃ.କୁଳମଣି ଓଝା ଓ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ନିଳାଚଂଳ ମୁନୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ତାରା ପ୍ରସାଦ ଦାଶ, ବିଭାଗୀୟ ମୁଖ୍ୟ ଡଃ.ଅଭୟ କେଶରୀ ପରିଚ୍ଚା ପଟ୍ଟନାୟକ,ପ୍ରାକ୍ତନ ରାଜନୀତୀ ବିଜ୍ଞାନ ମୁଖ୍ୟ ଡଃ.ପ୍ରଫୁଲ୍ଲ କୁମାର ନାହକ, ଇତିହାସ ବିଭାଗ ମୁଖ୍ୟ ଡଃ.ପ୍ରଦିପ କୁମାର ପାଢୀ ପ୍ରମୁଖ ପାଠଚକ୍ରରେ ଯୋଗ ଦେଇଥିଲେ । ଏହି ପାଠଚକ୍ରରେ ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଥିଲେ । ଏହାପରେ ପ୍ରଦିପ ପ୍ରଜ୍ଜଳନ କରି ପାଠଚକ୍ର ଆରମ୍ଭ ହୋଇଥିଲା । ଏହି ପାଠଚକ୍ରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ତାରା ପ୍ରସାଦ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡଃ. ଅଭୟ କେଶରୀ ପରିଚ୍ଚା ପଟ୍ଟନାୟକ ପାଠଚକ୍ରର ପ୍ରାରମ୍ଭିକ ସୂଚନା ପ୍ରଦାନ ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ପାଠଚକ୍ର ବିଷୟରେ ଉପସ୍ଥିତ ଅତିଥି ମାନେ ଏହା ଉପରେ ଆଲୋଚନା କରି ବିସ୍ୃତ ତଥ୍ୟ ପ୍ରଦାନ କରିଥିଲେ । ଶେଷରେ ମହାବିଦ୍ୟାଳୟର ଅନ୍ୟତମ ରାଜନୀତି ବିଜ୍ଞାନ ବିଭାଗୀୟ ଅଧ୍ୟାପକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶତାଧିକ ଛାତ୍ରଛାତ୍ରୀ ପାଠଚକ୍ରରେ ଯୋଗ ଦେଇଥିଲେ ।