
ଯାଜପୁର , ୧୪/୦୪/୨୨ ( ଜିଲ୍ଲା ଖବର ) : ଯାଜପୁର,ରସୁଲପୁର ବ୍ଲକ୍,ସିଙ୍ଗାପୁର ସ୍ଥିତ ଐତିହାସିକ ପ୍ରଭୁ ନାରାୟଣ ଗୋସେଇଁଙ୍କ ସ୍ଥଳବିଜେ ଯାତ୍ରା ଆଜି ମହାବିଷୁବ ସଂକ୍ରାନ୍ତି ତିଥିରୁ ଆରମ୍ଭ ହୋଇଯାଇଛି।

ଏହି ଯାତ୍ରା ତିନିଦିନ ଧରି ଅନୁଷ୍ଠିତ ହେବା ସହିତ ଜଳାଶାୟୀ ପ୍ରଭୁ ନାରାୟଣ ଗୋସେଇଁଙ୍କ ପାରମ୍ପରିକ ସ୍ଥଳାସନ ବିଜେ ହୋଇଯାଇଛି।ଏଥିରେ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ପ୍ରଭୁ ଦର୍ଶନ ଦେବା ସହିତ ତିନିଦିନ ଧରି ଳୀଳା ଖେଳା ଆରମ୍ଭ କରନ୍ତି।


ଯାତ୍ରା ସ୍ଥଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି,ଶୃଙ୍ଖଳିତ ଦର୍ଶନ ଆଦିକୁ ସୁପରିଚାଳନା ଦିଗରେ ଯାତ୍ରା କମିଟି ସଭାପତି ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏବଂ ଜନସାଧାରଣ ଓ ମଧୁପୁରଗଡ ରାଣୀମା ଅପର୍ଣା ଧିର ନରେନ୍ଦ୍ର ସିଂହଙ୍କ ସମେତ ରାଜ ପରିବାର ସହିତ ପରିଚାଳନା


କମିଟି କର୍ଯ୍ଯକାରୀ ସଭାପତି ଭୀଷ୍ମ ପ୍ରସାଦ ରଥ,ଗଡ଼ମଧପୁର ସରପଞ୍ଚ ରବୀନ୍ଦ୍ର ନାଥ ସେଠି ଯୋଗ ଦେଇଛନ୍ତି।ବର୍ଷ ତମାମ ପ୍ରଭୁ ମଧୁତୀର୍ଥ ପୁଷ୍କରଣୀର ଗଭୀର ଜଳ ମଧ୍ୟରେ ଶୟନ କରନ୍ତି।ବର୍ଷକୁ ଥରେ ଜଳରୁ ବାହାରି ଭକ୍ତ ମାନଙ୍କୁ ଦର୍ଶନ ଦେଇ ପୁଣି ଜଳାଶାୟୀ ହୁଅନ୍ତି।

ଜଳରୁ ବାହାରି ପାରମ୍ପରିକ ରୀତିନୀତି ଅନୁସାରେ ପୂଜିତ ହେବାପରେ ପୁଣିଥରେ ଜଳ ମଧ୍ୟକୁ ବାହୁଡି ଯିବାର ପର୍ବରେ ଠାକୁରଙ୍କ ବିଭିନ୍ନ ବେଶ,ପହଣ୍ଡି ଯାତ୍ରା,ଜଳକ୍ରୀଡା,ଜାଗଯଜ୍ଞ, ସମୂହ ବ୍ରତୋପନୟନ ଆଦି କାର୍ଯ୍ୟରେ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।

ବିଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିପାରିନଥିଲେ,କେବଳ ବିଦ୍ଧିରକ୍ଷାରେ ପ୍ରଭୁ ଜଳାଶୟରୁ ବାହାରି ମନ୍ଦିର ପ୍ରବେଶ କରିଥିଲେ ଏବଂ ତିନିଦିନ ଧରି ମନ୍ଦିରରେ ନିତିକାନ୍ତି ସାରି ପୁଣି ମଧୁତୀର୍ଥ ଜଳାଶୟରେ ଜଳାଶୟନ କରୁଥିଲେ ଏଥିପାଇଁ ଶ୍ରଦ୍ଧାଳୁ ମାନଙ୍କ ଭକ୍ତାବେଗକୁ ଢେର୍ ବାଧା ସୃଷ୍ଟି କରିଥିଲା।

କିନ୍ତୁ ଏବର୍ଷ ଭକ୍ତ ମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଲହରୀ ଖେଳିବା ରେ ଦେଖା ଯାଇଛି l ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର l



