Monday, November 16, 2026
Home ଆଞ୍ଚଳିକ ଦଣ୍ଡ ଯାତ୍ରାର ଉଜାପାନୀ ଦିବସ, ଉତ୍ସବ ମୁଖର ମାଙ୍କ ପୀଠ ।

ଦଣ୍ଡ ଯାତ୍ରାର ଉଜାପାନୀ ଦିବସ, ଉତ୍ସବ ମୁଖର ମାଙ୍କ ପୀଠ ।

49

କବିସୂର୍ଯ୍ୟନଗର , ୧୪/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଦଣ୍ଡ ଯାତ୍ରାର ଆଜି ହେଉଛି ଅନ୍ତିମ ଦିନ ବା ମେରୁ ଯାତ୍ରା l ୨୧ ଦିନ ବ୍ୟାପି ମାନସିକ ଧାରୀ ମାନେ କରିଥିବା ବ୍ରତ କୁ ଆଜି ମେରୁ ଉକୁଜା ପରେ ଉଜାପାନ କରାଯିବ l

ଏଥିଲାଗି ବିଭିନ୍ନ ଦଣ୍ଡକାଳୀ ଙ୍କ ପୀଠରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ ଜିଲ୍ଲା ର କବିସୂର୍ଯ୍ୟନଗର ସହର ରେ ଥିବା ସର୍ବପୁରାତନ ପରିଡା ପୁଞ୍ଜା, ମଝିପଞ୍ଜା ଓ ଧୋବାପୁଞ୍ଜା ରେ ଆଜି ସକାଳୁ ମାଙ୍କ ସମସ୍ତ ନୀତିକାନ୍ତି ପରେ ଆଜି ମଧ୍ୟାହ୍ନ ୧.୩୫ ମିନଟ ସମୟରେ ଦଣ୍ଡ ଉକୁଜା ସମୟ ସ୍ଥିର କରାଯାଇଛି l

ଦଣ୍ଡ ଉକୁଜା ସରିବା ପରେ ମାନସିକ ଧାରୀମାନେ ଜଳପାନ କରିବାର କାର୍ଯ୍ୟକ୍ରମ ରହିଛି l

ଏଥିଲାଗି ମାଙ୍କ ପୀଠରେ ଭକ୍ତ ଙ୍କ ସମାଗମ ଲାଗିରହିଛି l

ଭିଡକୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ବିଭିନ୍ନ ସ୍ବେଛାସେବୀ ସଂଗଠନ ପକ୍ଷରୁ

ସହର ର ବହୁ ସ୍ଥାନରେ ପଣା ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି l