Wednesday, November 11, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟର ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ...

ଆସିକା ବିଜ୍ଞାନ ମହାବିଦ୍ୟାଳୟର ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

133


ଆସିକା ,୧୩/୪(ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବୀ ପୂରଣ ନିମନ୍ତେ ଉପଜିଲ୍ଲାପାଳ ତଥା ପରିଚାଳନା କମିଟି ର ସଭାପତି, ଆସିକା ବିଜ୍ଞାନ ମହାବିଦ୍ୟାଳୟଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଜରିଆରେ ଏକ ୫ଦଫା ଦାବି ସମ୍ଭଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଉକ୍ତ ସ୍ମାରକ ପତ୍ରରେ ୨୦୦୮-୦୯ ମସିହା ପର ଠାରୁ ନିଯୁକ୍ତି ପାଇଥିବା ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହିତ ସରକାରଙ୍କ ଦ୍ୱାରା ପୂର୍ଣ୍ଣ ଅନୁଦାନ ପ୍ରଦାନ ଆଦି ଉଲ୍ଲେଖ କରାଯାଇଛି। କର୍ମଚାରୀମାନେ ୨୦୦୯ ମସିହାରୁ ନିଯୁକ୍ତି ପାଇ ସୂଚାରୁରୂପେ ସମସ୍ତ କାର୍ଯ୍ୟ ସଂପାଦନ କରିଆସୁଥିବା ବେଳେ ବିଭିନ୍ନ ସମୟରେ ସ୍ଥାୟୀ ନିଯୁକ୍ତି ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ଅଦ୍ୟାବଧି ସେମାନଙ୍କ ସ୍ଥାୟୀ ନିଯୁକ୍ତି ଓ ସରକାରୀ ଅନୁଦାନ ଦାବୀ ପୂରଣ ହୋଇନାହିଁ।

ଏ ନେଇ ଆଜିି ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଆହ୍ବାନ କ୍ରମେ ମହାବିଦ୍ୟାଳୟର ପରିଚାଳନା କମିଟି ଅଧିନସ୍ଥ କର୍ମଚାରୀ ମାନଙ୍କ ତରଫରୁ ସଂଯୋଜକ ଅଧ୍ୟାପକ ରାଜେଶ କୁମାର ସାହୁଙ୍କ ନେତୃତ୍ବରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଫାଟକରୁ ଏକ ଶୋଭାଯାତ୍ରା ବାହାରି ଅଧ୍ୟକ୍ଷଙ୍କ ଜରିଆରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଛି। ଶୋଭାଯାତ୍ରାରେ ସମଗ୍ର ଓଡିଶାର ଆଇ.ଟି. ଅଧ୍ୟାପକ ସଙ୍ଘର ସଭାପତି ଅଧ୍ୟାପକ ସରୋଜ କୁମାର ପଣ୍ଡା ତଥା ମହାବିଦ୍ୟାଳୟର ସମସ୍ତ ବେସରକାରୀ କର୍ମଚାରୀ ଶ୍ରୀ ପିଙ୍କୁ ବିଷୋୟୀ, ସନ୍ତୋଷ ମହାରଣା, ଅନିଲ ମଲିକ, ପ୍ରଶାନ୍ତ ମହାନ୍ତି, ଶଙ୍କର ଗୌଡ଼, କୃଷ୍ଣ ପଣ୍ଡା, ଜିତେନ୍ଦ୍ର ସାହୁ, ଗଣେଶ ବହାଦୁର, ରାଧା ସ୍ୱାଇଁ, କୃଷ୍ଣ ଡାକୁଆ, ଭିକାରି ଗୌଡ଼, ସବିତା ପାଳ, ବସନ୍ତ ନାୟକ, ବନ୍ଦୀ ପ୍ରଧାନ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। ଏହା ସହ ସଂଘର ଆହ୍ବାନ କ୍ରମେ ଚ଼ଳିତ ମାସ ୧୬ ତାରିଖରେ ଭୁବନେଶ୍ବରରେ ବିଧାନସଭା ଅଭିମୁଖେ ଏକ ବିଶାଳ ଶୋଭାଯାତ୍ରାରେ ସାମିଲ ହେବାକୁ ସ୍ଥିର କରାଯାଇଛି।