
ଆସିକା ,୧୩/୪(ଜିଲ୍ଲା ଖବର) : ଆମ ପୋଲିସ ସମିତି ପକ୍ଷ ରୁ ଆସନ୍ତା ୧୫ ତାରିଖରେ ଆସିକା ରେ ଅନୁଷ୍ଠିତ ହେବାକୁ ଥିବା ସ୍ବେଚ୍ଛାକୃତ ମେଗା ରକ୍ତ ଦାନ ଶିବିର ର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଆସିକାରେ ଥାନା ପରିସର ରେ ଆଜି ପୂର୍ବାହ୍ନ ରେଅନୁଷ୍ଠିତ ହୋଇଥିଲା। ଭାର ପ୍ରାପ୍ତ ଥାନା ଅଧିକାରୀ ପ୍ରଶାନ୍ତ ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଥାନା ଦାୟିତ୍ଵ ରେ ଥିବା ଶିକ୍ଷାନବିସ ଆଇ ପି ଏସ ଅଧିକାରୀ ନଚିକେତା ସେଲକେ, ଆସିକା ଏସ ଡି ପି ଓ ଉମାଶାଙ୍କର ସିଂ, ଆମ ପୋଲିସ ସମିତି ର ଆବାହକ ତଥାଆସିକା ପ୍ରେସ କ୍ଲବ ର ସଭାପତି ସତ୍ୟ ନାରାୟଣ ରଥ, ସମ୍ବାଦ ପ୍ରତିନିଧି ତଥା ଆମ ଓଡ଼ିଶା ସଂଯୋଜକ ଗିରିଶ କୁମାର ତ୍ରିପାଠୀ ଆମ ପୋଲିସ ସମିତି ର ସଭ୍ୟ ଅଜିତ କୁମାର ପଟ୍ଟନାୟକ,ସନ୍ତୋଷ କୁମାର ପାଣିଗ୍ରାହୀ, ବସ ମାଲିକ ସଙ୍ଘ ର ସମ୍ପାଦକ ସନ୍ତୋଷ କୁମାର ପୋଲାଇ,ସାଗର ସାବତ ଆସିକା ବଣିକ ସଙ୍ଘ ର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ଗୁପ୍ତା ସମ୍ପାଦକ ସୀମାଞ୍ଚଳ ପରିଡା,ଫ୍ରେଣ୍ଡସ କ୍ଲବ ର ସଭାପତି ବଳଭଦ୍ର ସାହୁ, ଉପସଭାପତି ତନୁଜ କୁମାର ଦୋରା ଲାୟନ୍ସ କ୍ଲବ ର ସଭାପତି ଅରୁଣ କୁମାର ପାତ୍ର ଯେ ସି ଆଇ କ୍ଲବ ର ସଭାପତି ସତ୍ୟ ନାରାୟଣ ପାତ୍ର ,ହଙ୍ଗରସ ଫୁଡସ ସଭାପତି ଜିଲୁ ମହାନ୍ତି ,କବାଡି ଆସୋସିଏସନ ସମେତ ବହୁ ସଂଗଠନ ର ପ୍ରମୁଖ କର୍ମକର୍ତ୍ତାଉପସ୍ଥିତ ଥିଲେ। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମପ୍ରବାହ ସମୟରେ ରକ୍ତ ଭଣ୍ଡାର ରେ ରକ୍ତ ସଙ୍କଟ କୁ ଅନୁଭବ କରି ରକ୍ତଦାନ ଶିବିର ଆୟୋଜନ ନେଇ ଉଦ୍ୟମ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଥିଲେ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ କିଭଳି ପ୍ରତେକ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିବେ ସେଥି ପ୍ରତି ଉପସ୍ଥିତ ସଭ୍ୟ ମାନେ ଧ୍ୟାନ ଦେବାକୁ ମତ ପ୍ରକାଶ ପାଇଥିଲା।

ଆସିକା ଥାନା ପରିସରରେ କରୋନା ର ପ୍ରଥମ ଲହର ସମୟରେ ଆମ ପୋଲିସ ସମିତି ଓ ଥାନା ଅଧିକାରୀ ଶ୍ରୀ ସାହୁ ଙ୍କ ଉଦ୍ୟମ ରେ ସଫଳ ଭାବେ ରକ୍ତଦାନ ଶିବିର ଆୟୋଜନ କରି ୩ଶହ ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଚଳିତ ଥର ମଧ୍ୟ ଏହି ସଫଳତା ଦୋହରାଇବା ଲକ୍ଷ୍ୟ ରେ ଆସିକାର ବହୁ ସଙ୍ଘଠନ ଉପସ୍ଥିତ ରହି ସଫଳତାର ସହିତ ଶିବିର ଆୟୋଜନ ନେଇ ଆଲୋଚନ କରାଯାଇଥିଲା।


