
ଆସିକା ତା-୧୩/୪ : ଆସିକା ତଥା ଆଖ ପାଖ ଅଞ୍ଚଳରେ ତେରଦିନିଆ ଦଣ୍ଡ ଉଯାପିତ ହୋଇଯାଇଛି। ଆସିକା,କାଳଷଣ୍ଢପୁର.,ନୁଆଁଗାଁ ସ୍ଥିତ କାଳୀମନ୍ଦିର ଦଣ୍ଡ ଘରେ ସମସ୍ତ ଦଣ୍ଡୁଆ ଏକତ୍ରିତ ହୋଇ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ।


ଧୁଳି ଦଣ୍ଡ ,ପାଣି ଦଣ୍ଡ, ଅଗ୍ନିଦଣ୍ଡ ସାରି ମେରୁ ଉକୁଚା ସ୍ଥଳରେ ମାନସିକ ଧାରି ମାନେ ସମବେତ ହୋଇଥିଲେ । ହୋମକାର୍ଯ୍ୟ ସରିବା ପରେ ପାଟଦଣ୍ଡୁଆଙ୍କୁ ମେରୁ ଖମ୍ବ ଉପରେ ଲଟକା ଯାଇଥିଲା ।ମା କାଳିଙ୍କ ଧ୍ବନି ରେ ମଣ୍ଡପ ଓ ମନ୍ଦିର ବେଢ଼ା ପ୍ରକମ୍ପିତ ହୋଇଥିଲା । ଅଚେତ ଅବସ୍ଥାରେ ପାଟଦଣ୍ଡୁଆଙ୍କୁ ମେରୁଖମ୍ବରୁ ଓହ୍ଲାଇ ଦଣ୍ଡୁଆମାନେ ପୋଖରୀ କୁ ନେଇଥିଲେ ।ଏହି ତେରଦିନିଆ ଦଣ୍ଡବିଧି ପ୍ରକ୍ରିୟା ପାଳନ କରି ଆସୁଥିବା ଭକ୍ତ ,ମାନସିକ ଧାରି ଏବଂ ଦଣ୍ଡଯାତ୍ରାରେ ସାମିଲ ହୋଇଥିବା ଦଣ୍ଡୁଆ ମାନଙ୍କ ଏହି ତେର ଦିନିଆ ପାଳନ ସମାପ୍ତ ହୋଇଯାଇଛି । ଏହି ଅବସରରେ ସମସ୍ତ ଅଞ୍ଚଳ ଜନସମାଗମ ଓ ପ୍ରବଳଭିଡ଼ ହେତୁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରିଥିଲେ ।ଏଠାରେ ଅସ୍ଥାୟୀ ବଜାର ମଧ୍ୟ ବସିଥିଲା ।ଗ୍ରାମ କମିଟି ,ପୂଜା କମିଟି ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଦଣ୍ଡଯାତ୍ରା ଶାନ୍ତି ଶୃଙ୍ଖଳା ସହ ଶେଷ ହେବା ପାଇଁ ବ୍ୟାପକ ଆୟୋଜନ କରିଥିଲେ ।


