
ଆସିକା,୧୬/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ଗୋଷ୍ଠୀ ଶିକ୍ଷା ଅଧିନ ଆସିକା ଏନଏସି ଅଧିନ ୱାର୍ଡ ନମ୍ବର-୧୬ ଲଛମନପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ଓ ଜୋତା ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ବେହେରାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠୀତ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ବିଧାୟିକା ମଞ୍ଜୁଳା ସ୍ୱାଇଁ,ମୁଖ୍ୟବକ୍ତା ଭାବେ ଆସିକା ବିଇଓ କୃତିବାସ ବାରିକ, ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ମାଧବ ବିଶ୍ୱାଳ,ବିଜେଡି ଯୁବ ବିଜେଡି ନେତା ନଚିକେତା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୦୭ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବିତରଣ କରାଯାଇଥିଲା ।

ବିଦ୍ୟାଳୟର ସମସ୍ତ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ସରକାରଙ୍କ ଦ୍ୱାରା ପ୍ରାଥମିକ ଶିକ୍ଷାର ସମସ୍ତ ପ୍ରକାର ଉନ୍ନତି ପାଇଁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୁସ୍ତକ,ଖେଳ ସାମଗ୍ରୀ,ପୋଷାକ,ଜୋତା,ମଧ୍ୟାହ୍ନ ଭୋଜନ, ବିଭିନ୍ନ ସ୍କଲାରସିଫ ଦେବାରେ ଆମ ରାଜ୍ୟ ମୁଖ୍ୟ ମନ୍ତ୍ରୀଙ୍କ ଅବଦାନ ଅତୁଳନୀୟ ମୁଖ୍ୟ ଅତିଥି ବିଧାୟିକା ମଞ୍ଜୁଳା ସ୍ୱାଇଁ ବକ୍ତବ୍ୟରେ କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ବେହେରା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।




