
ବୁଗୁଡା , ୧୩/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ସ୍ତରରେ ଆଜି “ଜାଣି ଜଣାଇବା” ଏବଂ “ଶିଖି ଶିଖାଇବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାହାର ଉଦ୍ଘାଟନ ଉତ୍ସବରେ ପ୍ରଧାନ ଶିକ୍ଷକ ସ୍ବରୂପ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କେ ପ୍ରିୟ ଦର୍ଶନୀ ଆଚାରୀଙ୍କ ସମେତ ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷାଙ୍କ


ପ୍ରତିନିଧି କେ ନିଳମାଧବ ଆଚାରୀ,ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ,ଏନ୍ଏସି ଉପାଧ୍ୟକ୍ଷା ପ୍ରତିନିଧି ସୁଧାଂଶୁ ଶେଖର ପାଢୀ,ସ୍ଥାନୀୟ କାଉନସିଲର ସନ୍ଧ୍ୟାରାଣୀ ଦାଶ,ଯୁବନେତା ରାଜେନ୍ଦ୍ର ଦାଶ ପ୍ରମୁଖ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କ ପ୍ରତି ବହୁ ମୂଲ୍ୟବାନ ମନ୍ତବ୍ୟ ଦେଇଥିଲେ।


ସର୍ବପ୍ରଥମେ ନିରଞ୍ଜନ ପ୍ରଧାନ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ତା’ପରେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ।


ଭାଷା ଓ ଗଣିତର ଉପାଦେୟତାକୁ ନେଇ ପ୍ରଦର୍ଶନୀକୁ ପରିଭ୍ରମଣ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ଏହି ପ୍ରଦର୍ଶନୀରେ ମୋଟ ୫୯ଗୋଟି ପ୍ରକଳ୍ପ ମଧ୍ୟରୁ କନିଷ୍ଠ ବିଭାଗର ଭାଷା ପ୍ରକଳ୍ପରେ ଗୌଡିଆ ବୋରଦା ବିଦ୍ୟାଳୟର ଶମ୍ଭୁ ପାତ୍ର,


ଗଣିତରେ ବୁଦ୍ଧଗିରୀ ବିଦ୍ୟାପୀଠର ଶୁଭଶ୍ରୀ ନାୟକ ଏବଂ ବରିଷ୍ଠ ବିଭାଗର ଭାଷାରେ ବୁଦ୍ଧଗିରୀ ବିଦ୍ୟାପୀଠର ଅଙ୍କିତା ସ୍ବାଇଁ, ଗଣିତରେ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ବିଦ୍ୟାଳୟର ଇସ୍ପିତା ପ୍ରିୟ ଦର୍ଶନୀଙ୍କ ପ୍ରକଳ୍ପ ପାଇଁ ପୁରସ୍କୃତ କରାଯାଇଥିଲା।


ଏହି କାର୍ଯ୍ୟକ୍ରମରେ ବନୀତା ଦେବୀ,ବନଯୋତ୍ସ୍ନା ରାଉତରାୟ,ବୈଷ୍ଣବ ଚରଣ ଦାଶ,ଅଂଜଳି ମିଶ୍ର,ଗଂଗାଧର ଦାଶ,ସଚଳା ମହାରଣା ଓ ଦିବ୍ୟ ଚରଣ ଦାଶ ପ୍ରମୁଖ ସୁପରିଚାଳନା କରିଥିବା ବେଳେ ମନୋରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।



