Home ଅପରାଧ ଆସିକା ସୁନାମ୍ବ ସାହି ତ୍ରିପତି ମନ୍ଦିର ସମ୍ମୁଖରେ ଯୁବକକୁ ମରଣାନ୍ତକ ଆକ୍ରମଣ

ଆସିକା ସୁନାମ୍ବ ସାହି ତ୍ରିପତି ମନ୍ଦିର ସମ୍ମୁଖରେ ଯୁବକକୁ ମରଣାନ୍ତକ ଆକ୍ରମଣ

172

ଆସିକା,୧୬/୧୨(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ସୁନାମ୍ବ ସାହି ତ୍ରିପତି ମନ୍ଦିର ସମ୍ମୁଖରେ ଯୁବକକୁ ମରଣାନ୍ତକ ଆକ୍ରମଣ । ସୁନାମ୍ବ ନୋଳିଆ ସାହି ନିରଞ୍ଜନ ପାତ୍ରଙ୍କ ପୁଅ ସୁଶାନ୍ତ ପାତ୍ର ରାଜମେସ୍ତ୍ରୀ କାମ ସାରି ଘରକୁ ଫେରୁଥିବା ବେଳେ ସଂଧ୍ୟା ୭ଟା ବେଳେ ସୁନାମ୍ବ ତ୍ରିପତି ମନ୍ଦିର ଦୋକାନ କରିଥିବା ବିକ୍ରମ ପାଢୀ ଓରଫ ଚିଟୁଂ ପାଢୀ ମାତାଲ ଅବସ୍ଥାରେ ଏକ ଟ୍ରଲି ଗାଡି ଟେକିବା ପାଇଁ ସୁଶାନ୍ତକୁ ବାଧ୍ୟ କରିଥିଲା । ସୁଶାନ୍ତ ଏହି କାମ କରିବାକୁ ମନା କରିବାରୁ ବିକ୍ରମ ପାଢୀ ହଠାତ ଉତକ୍ଷିପ୍ତ ହୋଇ ନିକଟରେ ଥିବା ନିଜ ଦୋକାନରୁ ଏକ ଧାରୁଆ କାତି ଆଣି ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ସୁଶାନ୍ତର ମଝି ମୁଣ୍ଡକୁ ହାଣି ଦେଇଥିଲା । ସୁଶାନ୍ତ ପ୍ରାଣ ବିକଳରେ ଦୈାଡି ପଳାଇଥିଲେ ମଧ୍ୟ ପୁଣି ତାର ବାମ ହାତକୁ ହାଣି ଦେଇଥିଲା । ସ୍ଥାନୀୟ ଲୋକ ପହଁଚି ଯିବାରୁ ବିକ୍ରମ ପାଢି ଘଟଣା ସ୍ଥଳ ଛାଡି ପଳାଇଥିଲା । ସ୍ଥାନୀୟ ଲୋକ ଆସିକା ମେଡିକାଲ ଠାରେ ସୁଶାନ୍ତି ପାତ୍ରକୁ ଚିକିତ୍ସା ପାଇଁ ଭର୍ତି କରିଥିଲେ । ସୁଶାନ୍ତ ପାତ୍ର ବାପା ନିରଞ୍ଜନ ପାତ୍ର ଏହି ଘଟଣା ବିରୁଦ୍ଧରେ ଆସିକା ଥାନାରେ ଏକ ଲିଖିତ ଅଭୀଯୋଗ ଦେଇଥିଲେ । ଆସିକା ପୋଲିସ ଥାନା ପକ୍ଷରୁ ଥାନା କେସ ନମ୍ବର-୪୮୪/୧୯, ଦଫା ୩୪୧,୨୯୪,୩୨୪,୩୦୭,୫୦୬,୩୫ ଆଇପିସିରେ ବିକ୍ରମ ପାଢୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।