Monday, November 16, 2026
Home ଆଞ୍ଚଳିକ ତାରା ତାରିଣୀ ରେ ଚୈତ୍ର ଯାତ୍ରା।

ତାରା ତାରିଣୀ ରେ ଚୈତ୍ର ଯାତ୍ରା।

71

ତାରା ତାରିଣୀ , ୧୨/୦୪/୨୨ (ଜିଲ୍ଲା ଖବର) : ଗଂଜାମ ଜିଲ୍ଲାର ଆରାଧ୍ୟ ଦେବୀ ମାଁ ତାରାତାରିଣୀଙ୍କ ପୀଠରେ  ଚୈତ୍ର ମେଳାର ଚତୁର୍ଥ ତଥା ଶେଷ ପାଳି ବେଶ୍ ଶାନ୍ତି ଶ୍ରୁଙ୍ଖଳାର ସହିତ ସମାପନ ହୋଇଛି ।  ଚୈତ୍ରମାସର ସବୁ ମଙ୍ଗଳବାରରେ ମାଁଙ୍କ ଏହି ପ୍ରସିଦ୍ଧ ମେଳା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଶେଷ ପାଳିରେ ବହୁ ଭକ୍ତ ଓ ମାନସିକ ଧାରୀଙ୍କ ସମାଗମ ଦେଖିବାକୁ ମିଳିଥିଲା ମନ୍ଦିର ପାଦଦେଶରେ ।

ଦିନତମାମ ମାଁଙ୍କ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଜାରି ରହିଥିବା ବେଳେ ଲମ୍ବା ଧାଡିରେ ରହି ଭକ୍ତମାନେ ମାଁଙ୍କ ଦର୍ଶନ କରିବା ସହ ମନସ୍କାମନା ପୂରଣ କରିଛନ୍ତି । କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ଏହି ମେଳା ଅନୁଷ୍ଠିତ ହୋଇନଥିବା ବେଳେ ଚଳିତ ବର୍ଷ ପ୍ରଥମ ପାଳିରୁ ଶେଷ ପାଳି ରେ ଭକ୍ତ ଓ ମନ୍ଦିରର ସେବାୟତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି  ।ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ଟ୍ରଷ୍ଟ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଇଦ୍ଜୁକ କରାଯାଇଥିଲା।

ଗଂଜାମ ଜିଲ୍ଲାର ଆରାଧ୍ୟ ଦେବୀ ମାଁ ତାରାତାରିଣୀ । ଦେଶର ୪ ଟି ଆଦିଶକ୍ତି ପୀଠ ମଧ୍ୟରୁ ତାରାତାରିଣୀ ଅନ୍ୟତମ । ଏହି ପୀଠରେ ପ୍ରତିବର୍ଷ ଚୈତ୍ରମାସର ପ୍ରତି ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ ଚୈତ୍ରମେଳା । ଆଜି ଚୈତ୍ର ମାସର ଚତୁର୍ଥ ମଙ୍ଗଳବାର ହେତୁ ଉତ୍ସବ ମୁଖର ହୋଇଛି ମାଁଙ୍କ ପୀଠ । ଆଉ ଭକ୍ତଙ୍କ ନାହିଁ ନଥିବା ଭିଡ ପରିଲିଖିତ ହୋଇଛି । ହଜାର ହଜାର ସଂଖ୍ୟାରେ ଭକ୍ତ ଜିଲ୍ଲା ତଥା ଜିଲ୍ଲା ବାହାରୁ ମାଁଙ୍କ ପୀଠରେ ଏକତ୍ରିତ ହୋଇଛନ୍ତି ।

ମାଁ ଘରଇଷ୍ଟ ଦେବୀ ହୋଇଥିବାରୁ ନିଜ ନିଜ ଛୁଆକୁ ଚୈତ୍ର ମେଳାରେ ମୁଣ୍ଡନ କରିଛନ୍ତି । ଚୈତ୍ରମେଳାରେ ମାଁଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତଙ୍କ ରହିଛି ଅତୁଟ ବିଶ୍ୱାସ । ପର୍ବତ ଶୀଖରେ ଥିବା ମାଁଙ୍କ ପୀଠକୁ କେହି କେହି 999ପାହାଚ ପାଦରେ ଚାଲି ଚାଲି ଅତିକ୍ରମ କରୁଛନ୍ତି ତ ଆଉ କେହି କେହି ବସ ଓ ରୋପ-ୱେ ମାଧ୍ୟମରେ ଯାଇ ମାଁଙ୍କ ପୀଠରେ ପହଞ୍ଚୁଛନ୍ତି । ଆଉ ଦୀର୍ଘ ସମୟ ଧରି ଲମ୍ବାଧାଡିରେ ଠିଆ ହୋଇ ମାଁଙ୍କୁ ଦର୍ଶନ କରିବା ସହ ଭୋଗଲାଗି କରି ବେଶ ଉତ୍ସାହିତ ଭକ୍ତଗଣ ।

ଦୀର୍ଘ ଦୁଇ ବର୍ଷ ପରେ ଏହି ଯାତ୍ରା ହୋଇଥିବା  ହେତୁ ଭକ୍ତଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି  । ସେପଟେ ଆଜି ଚୈତ୍ର ଶେଷ ପାଳି ମଙ୍ଗଳବାରରେ ମାଁଙ୍କ ପୀଠରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ ଜମୁଛି । ଆଜି ଭୋରୁ ମଙ୍ଗଳ ଆଳତି, ଅବକାଶ, ମଇଲମ ଲାଗି, ତଡପ ଲାଗି, ମହାସ୍ନାନ, ସିଙ୍ଗାର, ଷୋଡଶଉପଚାର ପୂଜା ଆଦି ସ୍ୱତନ୍ତ୍ର ରୀତିନୀତିରେ ଦିନତମାମ ପୂଜାର୍ଚ୍ଚନା କରାଯାଇଥିଲା ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁଯାୟୀ ସମସ୍ତ ନୀତିକ୍ରାନ୍ତି ଅନୁଷ୍ଟିତ ହୋଇଥିବା ମାଁ ଆଜି ବାସନ୍ତିକ ଦୁର୍ଗା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି  ।


ମାଁ ତରାତାରିଣୀଙ୍କ ପୀଠରେ ଛୋଟପିଲାଠାରୁ ବୟସ୍କଙ୍କ ମାନସିକ ପୂରଣ ପାଇଁ ମୁଣ୍ଡନ କରିଥାନ୍ତି। ଏନେଇ ମନ୍ଦିରର ପାଦ ଦେଶରେ ତିନୋଟି ସ୍ଥାନରେ ପ୍ରଶାସନ ପକ୍ଷରୁ  ବ୍ୟବସ୍ଥା କରାଯାଇଛି   । ସେପଟେ ମାଁଙ୍କ ଚୈତ୍ରମେଳାକୁ ଦୃଷ୍ଟି ରଖି ମନ୍ଦିର ପରିଚାଳନା ଟ୍ରଷ୍ଟ, ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ ଗ୍ରହଣ କରାଯାଇଛି ।

ପାନୀୟ ଜଳ, ୨୪ ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥା ସହ ଭକ୍ତମାନଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ଚୈତ୍ରମେଳା ଶେଷ ପାଳି ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ୭ ପ୍ଳାଟୁନ୍ ଫୋର୍ସ ମୁତୟନ କରାଯାଇଛି । ୨ ଜଣ ଅତିରିକ୍ତ ଏସପି ସହ ୨ ଜଣ ଡି ଏସ ପି ଜଣ ଇନସପେକ୍ଟର ସୁରକ୍ଷା ବ୍ୟବସ୍ଥା ଉପରେ ତିକ୍ଷ୍ନ ନଜର ରଖାଯାଇଥିବା ଦେଖିବାକୁ ମିଳିଛି।