
ଆସିକା , ୧୨/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଆସିକା ନିମିନା ଛକ ଠାରେ ବାଇକ ମୁହାଁମୁହିଁ ଧକା ରେ ୩ ଜଣ ଗୁରୁତର ହୋଇଛନ୍ତି l ଗୁରୁତର ମାନେ ହେଲେ ସୁମାଣ୍ଡି ଗ୍ରାମର ନରସିଂହ ବେହେରା, କଲେଜଛକ ର କବିରାଜ ବିଶ୍ୱାଳ ଓ ତାଙ୍କ ପୁଅ ପ୍ରସାଦ ବିଶ୍ୱାଳ l

ସୂଚନା ମୁତାବକ କଲେଜ ଛକର କବିରାଜ ଓ ତାଙ୍କ ପୁଅ କେନ୍ଦୁପଦର କୌଣସି କାମ ବଶତଃ ଯିବାବେଳେ ନିମିନା ଛକ ଠାରେ ବିପରୀତ ଦିଗରୁ

ଆସୁଥିବା ନରସିଂହ ଙ୍କ ବାଇକ ସହିତ ମୁହାଁମୁହିଁ ଧକା ହୋଇଥିଲା l ଫଳରେ ତିନି ବାଇକ ଆରୋହୀ ଗୁରୁତର ହୋଇଥିଲେ l

ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଆସିକା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା l ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ଅନ୍ୟପଟେ କେହୁଁ କାରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଛି l



