Home ଆଞ୍ଚଳିକ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛତା ହିଁ ସେବା ଅଭିଯାନ।

ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛତା ହିଁ ସେବା ଅଭିଯାନ।

149


ଆସିକା , ୧୧/୦୪/୨୨ ( ଜିଲ୍ଲା ଖବର ) : ବାଲିସିରା ଡାକ୍ତରଖାନା ବୈଠକ ଗୃହ ରେ ଆଜି ରୋଗୀ କଲ୍ୟାଣ ସମିତି ର ବୈଠକ ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଛି।

ଏହି ବୈଠକରେ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ଏନଏସି ଅଧକ୍ଷା ବିନେତା ସ୍ଵାଇଁ, ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ଶିବ ନାହାକ, ବିଡ଼ିଓ ରୋଶନ ଶତପଥୀ, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ  ଡା ଏମ ଭି  କେ ଅଶୋକ,ବିପିଏମ ସାଗରିକା ମିଶ୍ର ଯୋନ ଯୁବ ବିଜେଡି ସଭାପତି ନଚିକେତା ସ୍ଵାଇଁ, ଖାରିଆ ସରପଞ୍ଚ ପ୍ରତିନିଧି ଭଗବାନ ସାହୁ, ଡ଼ା ମଧୁସୂଦନ ବାରିକ , ଡା ମନୋଜ ତ୍ରିପାଠୀ,  ଯୋଗ ଦେଇଥିଲେ।

ଏହି ବୈଠକରେ ଆସନ୍ତା ୧୯ ତାରିଖରେ ଖାରିଆ ପଞ୍ଚାୟତ ଅନ୍ତର୍ଗତ କଲେଜଛକ ସ୍ଥିତ ଟେକନିକାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ସମ୍ପର୍କରେ ଆଲୋଚନା ହୋଇଥିଲା।

ରୋଗୀ କଲ୍ୟାଣ ସମିତି ର ସଦସ୍ୟ ପରିବର୍ତ୍ତନ ସହିତ ସ୍ୱାସ୍ତ୍ୟ କେନ୍ଦ୍ର ପରିସରରେ ନୂତନ ଓପିଡି କୋଠା ନିର୍ମାଣ, ନିର୍ମାଣାଧୀନ ପ୍ରସୂତି କକ୍ଷ ର କାର୍ଯ୍ୟ ଶୀଘ୍ର ଶେଷ କରିବା, ଭିତିଭୂମି ର ନିର୍ମାଣ, ଡାକ୍ତର ନିଯୁକ୍ତି, ଉନ୍ନତ ମାନର  ସ୍ୱାସ୍ଥ୍ୟ ଉପକରଣ ଯୋଗାଣ ଆଦି ବିଷୟ ଆଲୋଚନା ହୋଇଥିଲା।

ପରବର୍ତ୍ତୀ କାର୍ଯ୍ୟକ୍ରମ  ସ୍ୱଚ୍ଛତା ପକ୍ଷ ଅବସରରେ  ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବାଲିସିରା ରେ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ  ସଫେଇ କାର୍ଯ୍ୟ   ଅନୁଷ୍ଠିତ ହୋଇଥିଲା।

ପି ଏଚ ଇ ଓ ଶୁଭଶ୍ରୀ ସାହୁ ସ୍ୱାସ୍ଥ୍ୟ କର୍ମୀ ବିଜୟଲଷ୍ମୀ ନାୟକ ଡାଟା ମେନେଜେର ସୁନୀଲ ଘଡେଇ, ଆର ଡ଼ବ୍ଲୁ ଏସ ଏସ ଯନ୍ତ୍ରୀ ନିଗମାନନ୍ଦ ନାୟକ, ଡବ୍ଲୁ ଇ ଓ ଦିନେଶ କୁମାର ଦେଓ, ବାଲିସିରା ସରପଞ୍ଚ ଦୈତାରୀ ବେହେରା ଙ୍କ ସହିତ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଉପସ୍ଥିତ ଥିଲେ।