Monday, November 16, 2026
Home ଆଞ୍ଚଳିକ ଶାନ୍ତି ଶକ୍ତି ଭବନରେ ଆଜାଦିର ଅମୃତ ମହୋତ୍ସବ ପାଳନ।

ଶାନ୍ତି ଶକ୍ତି ଭବନରେ ଆଜାଦିର ଅମୃତ ମହୋତ୍ସବ ପାଳନ।

125

ଆସିକା , ୧୧/୦୪/୨୨ ( ଜିଲ୍ଲା ଖବର ) : ରବିବାର ଦିନ ଆସିକା ବ୍ରହ୍ମାକୁମାରୀସ୍ ଶାନ୍ତି ଶକ୍ତି ଭବନରେ ସ୍ୱାଧୀନତା ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦିର ଅମୃତ ମହୋତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ନବ ନିର୍ବାଚିତ ନଗରପାଳିକା ଭଉଣୀ ବିନେତା ସ୍ୱାଇଁ ଏବଂ ସମ୍ମାନିତ ଅତିଥି ଭାବେ ସାମାଜ ସେବି ଭ୍ରାତା ସତ୍ୟ ନାରାୟଣ ସ୍ୱାଇଁ ଏବଂ କାଉନ୍ସିଲର ମାନଙ୍କୁ ନେଇ ସ୍ନେହ ମିଳନ ସହ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠତି ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସେବାକେନ୍ଦ୍ରର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ସାରା ନଗର ବାସୀଙ୍କୁ ଆହ୍ଵାନ କରିଥିଲେ କି କେବଳ ସ୍ଵର୍ଣ୍ଣିମ ଭାରତ କଳ୍ପନାର କଥାନୁହେଁ। ମନୁଷ୍ୟ ଆତ୍ମା ନିଜ ଭିତରେ ଥିବା ଆସୁରୀ ପ୍ରକୃତିରୁ ନିଜକୁ ନିବୃତ୍ତ କରି ଈଶ୍ବରୀୟ ଶକ୍ତିର ଅଧିକାରୀ ହେଲେ ନିଜ ଭିତରେ ଦିବ୍ୟତାର ପରିପ୍ରକାଶ ହୋଇଥାଏ।

ଏହିଭଳି ନିଜର ମନବୁଦ୍ଧି ଦିବ୍ୟତା ସମ୍ପନ୍ନ କରିବା ହିଁ ପ୍ରକୃତ ସ୍ଵତନ୍ତ୍ରତା ଅଟେ। ତେଣୁ ସହଜ ରାଜଯୋଗର ଶିକ୍ଷାନେଇ ଜୀବନକୁ ଦେବତା ସମାନ ଗଡ଼ିବା। ନଗର ପାଳିକା ଭଉଣୀ ବିନେତା ସ୍ୱାଇଁ ସମସ୍ତଙ୍କୁ ଆଧ୍ଯାତ୍ମିକ ଜୀବନ ଦ୍ଵାରା ଶୃଙ୍ଖଳିତ ଓ ସୁଖ ଶାନ୍ତିର ପ୍ରାପ୍ତି ପାଇଁ ସହଜ ରାଜଯୋଗ ଅଭ୍ୟାସ ସହ ସତ୍ୟ ଗୀତା ଜ୍ଞାନ ଶୁଣିବା ପାଇଁ ଆହ୍ଵାନ କରିଥିଲେ।

ସମ୍ମାନିତ ଅତିଥି ଭ୍ରାତା ସତ୍ୟନାରାୟଣ ସମସ୍ତ କାଉନ୍ସିଲର ମାନଙ୍କୁ ବ୍ରହ୍ମାକୁମାରୀ ଆଶ୍ରମକୁ ଆସି ମାଗଣା ସାପ୍ତାହିକ ପାଠ୍ଯକ୍ରମକୁ ନିଜ ଜୀବନରେ ଧାରଣ କରି ସୁଖ ଶାନ୍ତିର ଅନୁଭବ କରିବା ପାଇଁ ଅନୁରୋଧ କରିଥିଲେ। ତତ୍ ସହିତ ନଗର ପାଳିକା ଭଉଣୀ ବିନେତା ସ୍ୱାଇଁ, ସମାଜ ସେବୀ ଭ୍ରାତା ସତ୍ୟନାରାୟଣ ସ୍ୱାଇଁ ଓ ସମସ୍ତ କାଉନ୍ସିଲର ନିଗମାନନ୍ଦ ରାଉତ, ପ୍ରଦୀପ କୁମାର ଗୈଡ, ଭାସ୍କର ବେହେରା, ସୁଜାତା ପରିଡା, ଦୂର୍ଗାବାଇ ବୈଠାରୁ, ରିତା ବେହେରା, ସରୋଜ ଭଞ୍ଜ, ନୀଳିମା ପାତ୍ର, ମମତା ପାତ୍ର ପ୍ରମୁଖଙ୍କୁ ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ବ୍ରହ୍ମାକୁମାର ଆଦୀନାରାୟଣ ଭାଇ କାର୍ଯ୍ୟକ୍ରମର ସଂକ୍ରାନ୍ତରେ ପରାମର୍ଶ ଦେଇଥିଲେ। ବ୍ରହ୍ମାକୁମାର ସତ୍ୟପ୍ରିୟ ଭାଇ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ରହ୍ମାକୁମାର ବୁଲୁ ଭାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ସୁମିତ୍ରା ଭଉଣୀ, ମମତା ଭଉଣୀ, ସୁଜ୍ଞାନୀ ଭଉଣୀ, ଝରଣା ଭଉଣୀ, ନୀଳିମା ଭଉଣୀ, ସବିତା ଭଉଣୀ, ଜ୍ୟୋତି ଭଉଣୀ, ଭାଗ୍ୟ ଭଉଣୀ, ଆଶା ଭଉଣୀ ଧରଣୀ ଭଉଣୀ, ଲୀଳା ଭଉଣୀ, ନର୍ମଦା ଭଉଣୀ, ସୁମତି ଭଉଣୀ, ରେଣୁ ଭଉଣୀ, ଆସୀନା ଭଉଣୀ,

ସ୍ମିତା ଭଉଣୀ, ଓ ବ୍ରହ୍ମାକୁମାର କାହ୍ନା ଭାଇ, ଶାନ୍ତନୁ ଭାଇ, ନିରଞ୍ଜନ ଭାଇ, ଯୋଗେନ୍ଦ୍ର ଭାଇ, ବସନ୍ତ ଭାଇ, ବିଶିକେଶନ ଭାଇ, ମଙ୍ଗୁଳୁ ଭାଇ ରାମପ୍ରସାଦ ଭାଇ, ସମସ୍ତେ ସହଯୋଗ କରିଥିଲେ।