
ବେଗୁନିଆପଡ଼ା , ୧୧/୦୪/୨୨ ( ଜିଲ୍ଲା ଖବର ) : ରାଜ୍ୟ ସରକାର ଦିବ୍ଯାଙ୍ଗଙ୍କୁ ସୁରକ୍ଷା ଓ ସହାୟତା ଦେବାକୁ ବିଭିନ୍ନ ଯୋଜନା କରୁଥିବା
ବେଳେ ତାହା ତୃଣମୂଳ ସ୍ତରରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହୋଇଛି।


ବାରମ୍ବାର ବ୍ଲକ ଅଫିସ କୁ ଦୌଡି ଦୌଡି ନିରାଶ ହେଉଛନ୍ତି ଦିବ୍ୟାଙ୍ଗ ।ଏଭଳି କିଛି ଦୃଷ୍ଟାନ୍ତ ମୂଳକ ଅଭିଯୋଗ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରୁ ହସ୍ତଗତ ହୋଇଛି।

ସମାଜରେ ଅପେକ୍ଷାକୃତ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ବିଚାର କରାଯାଉଥିବା ଭିନ୍ନକ୍ଷମଙ୍କ ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟରେ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି।

ସମସ୍ତ ଦିବ୍ୟାଙ୍ଗମାନଙ୍କ ସମସ୍ୟାର ସମାଧାନ ତଥା ସେମାନଙ୍କ ମଙ୍ଗଳ ସାଧନ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ‘ଦିବ୍ୟାଙ୍ଗଜନ ସମାଧାନ’ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ପ୍ରତି ବ୍ଲକ ସ୍ତରରେ ସୋମବାର ଏହି କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଦିବ୍ଯାଙ୍ଗଙ୍କୁ ସମସ୍ଯା ସମାଧାନ ହୋଇ ପାରୁନି। ଦିବ୍ୟାଙ୍ଗଜନ ସମାଧାନ’ ଅଭିଯୋଗ ଶୁଣାଣିରେ ଭିନ୍ନକ୍ଷମମାନଙ୍କ ସ୍ୱାସ୍ଥ୍ୟ, ପ୍ରମାଣପତ୍ର, ଜୀବନ ଜୀବିକା, ସରକାରୀ ସହାୟତା, ଉପକରଣ ଆବଣ୍ଟନ, ଋଣ ପ୍ରଦାନ,

ଶିକ୍ଷା ଇତ୍ୟାଦି ସମ୍ପର୍କରେ ଜନଶୁଣାଣି କରାଯିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏଭଳି ବ୍ଯବସ୍ଥା ଏବେ ବେଗୁନିଆପଡ଼ା ବ୍ଳକରେ ଫେଲ୍ ମାରୁଥିବା ଅଭିଯୋଗ କରିଛନ୍ତି ଦିବ୍ଯାଙ୍ଗଙ୍କୁ ପରିଜନ।


