Thursday, October 15, 2026
Home ଆଞ୍ଚଳିକ ସିଟି କଲେଜରେ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ।

ସିଟି କଲେଜରେ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ।

65

ବ୍ରହ୍ମପୁର , ୧୧/୦୪/୨୨ ( ଜିଲ୍ଲା ଖବର ) : ସ୍ଥାନୀୟ ବ୍ରହ୍ମପୁର ସିଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ ଉଦ୍‌ଘାଟିତ ହୋଇଯାଇଛି । ଏହି ଶିବିର ୧୧.୦୪.୨୦୨୨ ରିଖ ଠାରୁ ୨୧.୦୪.୨୦୨୨ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଅଧ୍ୟକ୍ଷା ଡ.ଅନୀତା କୁମାରୀ ପଣ୍ଡା ଅଧ୍ୟକ୍ଷତା କରି ସାମ୍ପ୍ରତିକ ପରିସ୍ଥିତିରେ ଏହାର ଆବଶ୍ୟକତା ସମ୍ପର୍କରେ ଉଦାହରଣ ମାଧ୍ୟମରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ସମ୍ମାନୀତ ଅତିଥି ଭାବରେ ମହାବିଦ୍ୟାଳୟର ଏନ୍.ସି.ସି ଅଫିସର ଲେଫନାଣ୍ଟ ମେଘନାଦ ପ୍ରଧାନ ଯୋଗ ଦେଇ ଛାତ୍ରୀମାନେ ଆତ୍ମସୁରକ୍ଷା କୌଶଳ ଜାଣିପାରିଲେ ନିଜକୁ କିପରି ଅସାମାଜିକ ବ୍ୟକ୍ତିଙ୍କ କବଳରୁ ରକ୍ଷା କରିବା ସହ ପରିବାର ଓ ସମାଜକୁ ମଧ୍ୟ ଅସାମାଜିକ ତତ୍‌ଠାରୁ ରକ୍ଷା କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଆତ୍ମସୁରକ୍ଷା କୌଶଳର ପୂର୍ବତନ ସଂଯୋଜିକା ଡ.ଅଞ୍ଜଳୀ ପାତ୍ର ମୁଖ୍ୟବକ୍ତା ଭାବେ ଶିବିରର ସଫଳତା କାମନା କରିଥିଲେ । ଆତ୍ମ ସୁରକ୍ଷା ମାଷ୍ଟର ଟ୍ରେନର ଲକ୍ଷ୍ମୀପ୍ରିୟା ସାହୁ ଉକ୍ତ କାର୍ଯ୍ୟକ୍ରମର ତାଲିମ ବିବରଣୀ ପ୍ରଦାନ କରିଥିଲେ । ଏହି ଶିବିରକୁ କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ତଥା ଅର୍ଥନୀତି ବିଭାଗୀୟ ମୁଖ୍ୟ ଶ୍ରୀମତୀ ମାଧୁରୀ ପାଢୀ ପରିଚାଳନା କରିଥିବା ବେଳେ ଡ.ବନ୍ଦିତା ଜେନା ଓ ସୁଶ୍ରୀ ମମତା ଦାସ ସହସଂଯୋଜିକା ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ମହାବିଦ୍ୟାଳୟର ଅନ୍ୟାନ୍ୟ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଶିବିରରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।