Home ଆଞ୍ଚଳିକ ଗୌତମିରେ ଧାନମଣ୍ଡି ଉଦଘାଟନ ।

ଗୌତମିରେ ଧାନମଣ୍ଡି ଉଦଘାଟନ ।

46

ସାନଖେମୁଣ୍ଡି ( ଜିଲ୍ଲା ଖବର) : ଗୌତମି ସେବା ସମବାୟ ସମିତି ମାଧ୍ୟମରେ ଏକ ଧାନ ମଣ୍ଡି ସାନଖେମୁଣ୍ଡି ବ୍ଲକରେ ପ୍ରଥମେ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକର ଯୋଗାଣ ଅଧିକାରୀ ବିଶ୍ଵଜିତ ସେଠି, ସ୍ଥାନୀୟ କୃଷି କର୍ମଚାରୀ ରାଜେନ୍ଦ୍ର ନନ୍ଦ ରେଡି ଯୋଗ ଦେଇଥିଲେ। ଏଥିରେ ସଭାପତି ଅନ୍ତର୍ଯ୍ୟାମୀ ସ୍ବାଇଁ, ସମିତି ସଭ୍ୟ ପ୍ରତିନିଧି A.ଜଗନ୍ନାଥ ପାତ୍ର, ସମସ୍ତେ ଯୋଗଦେଇ ସବୁ ଚାଷୀର ଧାନ ତୁରନ୍ତ ମିଲର ମାନେ ଉଠାଇବାକୁ ଦାବି କରିଥିଲେ। ଏଥିରେ ସୋସାଇଟର ସମ୍ପାଦକ ଅଭିରାମ ବେହେରା, ସମତେ ସବୁ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଶିଶିର ସ୍ୱାଇଁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।