Monday, November 16, 2026
Home ଆଞ୍ଚଳିକ ଦାସନାପଲ୍ଳି ଗ୍ରାମରେ ରାମନବମୀ ପାଳିତ ।

ଦାସନାପଲ୍ଳି ଗ୍ରାମରେ ରାମନବମୀ ପାଳିତ ।

180

ଆସିକା , ୧୧/୦୪/୨୨ ( ଜିଲ୍ଲା ଖବର ) : ଆସିକା ବ୍ଳକ ଦାସନାପଲ୍ଳି ଭିନ୍ନ ଧରଣର ରାମନବମୀ ପାଳିତ ହୋଇଛି ।ଅଷ୍ଟପ୍ରହର ନାମ ଯଞ୍ଜ ସହ ଅନ୍ନଯଞ୍ଜ ,କଳସ ଯାତ୍ରା ,ଗ୍ରାମ ଦେବୀ କନକ ଦେବୀ ଆବାହନ କରାଯାଇ ଗ୍ରାମ ମଣ୍ଡପ ରେ ପୂଜାର୍ଚ୍ଚନା କରାଯାଇଥିଲା ।

ଦିନ ତମାମ ସତ୍ବନ୍ତ୍ର ଏ କାର୍ଯ୍ୟକ୍ରମ ଆସନ୍ତା କାଲି ସୋମବାର ଦିନ ପର୍ଯ୍ୟନ୍ତ ଲାଗି ରହିବ ।ଏଥିପାଇଁ ଗ୍ରାମ ଚଳ ଚଞ୍ଚଳ ହୋଇ ପଡିଥିବା ବେଳେ ଅଅସ୍ଥାଇ ବଜାରଗାଁ ମୁଣ୍ଡରେ ବସିଛି ।

ଘରେ ଘରେ ଅତିଥି ଙ୍କ ଆଗମନ ସହ ଆଖପାଖ ଅଞ୍ଚଳର ଲୋକମାନେ ଦାସନାପଲ୍ଳି ପହଞ୍ଚି ପ୍ରଭୁ ଙ୍କ ଆସିସ ପାଇବା ସହ ବୁଲାବୁଲି କରି ପ୍ରସାଦ ସେବନ କରିଛନ୍ତି ।

ଯାତ୍ରାର ଶେଷ ଦିନରେ ଦଧିଭାଣ୍ଢ ଓ ଯମୁନା ଦର୍ଶନ ପ୍ରକ୍ରିୟା ପରେ ଯାତ୍ରା ସମାପନ ହେବ ।