
ବିଷମକଟକ , ୧୦/୦୪/୨୨ (ଜିଲ୍ଲା ଖବର ) : ରାୟଗଡ଼ା ଜିଲ୍ଲା ର ବିଷମକଟକ ବ୍ଲକ୍ ଅନ୍ତର୍ଗତ ହାଟମୁନିଗୁଡା ଶ୍ରୀ ରାମ ମନ୍ଦିର ଠାରେ ବହୁ ଆଡମ୍ବରରେ ପାଳିତ ହେଲା ରାମ ନବମୀ ପୂଜା। ଏହି ପୂଜା ରେ ହୋମ କରାଯାଇଥିଲା । ବହୁତ ପୂରାତନ ମନ୍ଦିର ହୋଇ ଥିବାରୁ ବାହାରୁ ଶହଶହ ଭକ୍ତ ଙ୍କ ସୁଅ ଛୁଟି ଥିଲା। ଏହି ପୂରାତନ ରାମ ମନ୍ଦିର ରେ ରାମ ନବୀନ ପୂଜା ଦେଖି ବା ପାଇଁ ମନ୍ତ୍ରୀ ଜଗନ୍ନାଥ ସାରକା ଆସି ଥିଲେ। ଏବଂ ମହାପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କୁ ଦର୍ଶନ କରିଥିଲେ ଓ ରାମ ମନ୍ଦିର ଉନ୍ନତି କିପରି କରିବ ଲୋକଙ୍କ ସହ ଆଲୋଚନା କରିଥିଲେ। ମନ୍ତ୍ରୀ ଙ୍କ ସହ ବରିଷ୍ଠ ବିଜେଡି ନେତା ତଥା ଖଦି ବୋର୍ଡର ମେମ୍ବର ଶ୍ରୀ ପୃଥିବୀ ରାଜ ସାହୁ, ବିଷମକଟକ ବ୍କକ୍ ବିଜେଡି ସଭାପତି ତଥା ସମିତି ସଭ୍ୟ ଶ୍ରୀ ଦେବୀ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ଜୋତି ପ୍ରସାଦ ସାହୁ, ବିଜେଡି ନେତା ନାନୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଟିକୁ ହାଟମୁନିଗୁଡା ରାମ ମନ୍ଦିର କମିଟି ର ସମସ୍ତ ସଦସ୍ୟ ମାନେ ପରିଚାଳନା କରିଥିଲେ।


