
ଯାଜପୁର , ୧୦/୦୪/୨୨ ( ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ପାଟପୁର ପଞ୍ଚାୟତ ର ପାଣିମୁଆଣୀ ଗ୍ରାମ ରେ ଘଟିଛି ଏକ ଅଭାବନୀୟ ଘଟଣା ।



ଘଟଣା ଏହିକି ପାଣିମୁହାଣି ଗ୍ରାମ ର ବିଜୟ ନାୟକ, ବୟସ 58, ତାଙ୍କ ଗ୍ରାମ ର ବଳ ପରିବାର ସହିତ ଦୀର୍ଘ ଦିନ ହେବ ରାଜନୈତିକ ଶତ୍ରୁତା ଲାଗି ଆସିଥିଲା | ଉଭୟ ପକ୍ଷ ଦୁଇ ଦୁଇ ଥର ଥାନା ର ଦ୍ୱାରସ୍ଥ ହୋଇଥିଲେ I


କିଛି ଦିନ ହବ ନିଜ ସୀମାନ୍ତ ରେ ଥିବା ଗଛ କୁ ନେଇ ପୁଣି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା I ଏହା ମଧ୍ୟ ଥାନା ରେ ଅଭିଯୋଗ ହୋଇଛି I ବିଜୟ ନାୟକ ଙ୍କର ଦୁଇ ପୁଅ ବାହାରେ ରୁହନ୍ତି I

ସେ ଓ ତାଙ୍କ ସ୍ତ୍ରୀ ଦିନି ନାୟକ( ବୟସ 80,) ଘରେ ରହୁଥିଲେ I ଗତ କାଲି ରାତିରେ 5ଜଣ ଲୋକ ଅନୁରୋଧ ବଳ, ହେମନ୍ତ ବଳ, ସନ୍ତୋଷ ବଳ, ଗୌରାଙ୍ଗ ବଳ, ଜିତୁ ବଳ , ମତେ ଓ ମୋ ସ୍ତ୍ରୀ କୁ ଇଟା ଓ କିଳା ରେ ବାଡେଇବା ରୁ ମୋ ସ୍ତ୍ରୀ ର ମୃତ୍ୟୁ ଘଟିଛି ବୋଲି ସେ ବୟାନ ଦେଇଛନ୍ତି I

ଧର୍ମଶାଳା ପୋଲିସ ଘଟଣା ସ୍ଥଳ ରେ ପହଂଚି ଶବ କୁ ଵେବଛେଦ ପାଇଁ ପଠେଇଛନ୍ତି ଓ ଘଟଣା ର ତଦନ୍ତ ଜାରିରଖିଛନ୍ତି l
ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ।



