Wednesday, November 11, 2026
Home ଆଞ୍ଚଳିକ ଛାତ୍ରୀଙ୍କ ପାଇଁ ଷଷ୍ଠ ପର୍ଯ୍ୟାୟ ଆତ୍ମରକ୍ଷା ତାଲିମ୍ ଶିବିର।

ଛାତ୍ରୀଙ୍କ ପାଇଁ ଷଷ୍ଠ ପର୍ଯ୍ୟାୟ ଆତ୍ମରକ୍ଷା ତାଲିମ୍ ଶିବିର।

61

ବେଲଗୁଣ୍ଠା, ୧୦/୦୪/୨୨ ( ଜିଲ୍ଲା ଖବର ) : ବେଲଗୁଣ୍ଠା ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଷଷ୍ଠ ପର୍ଯ୍ୟାୟ ଆତ୍ମରକ୍ଷା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ସ୍ଥାନୀୟ ମହିଳା ଏବଂ ଶିଶୁ ବିକାଶ ଅଧିକାରିଣୀ ଗାୟତ୍ରୀ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ I

ଅନୁଷ୍ଠାନର ଅଧ୍ୟକ୍ଷା ଡ଼କ୍ଟର୍ ସଂଯୁକ୍ତା ପଣ୍ଡା ଛାତ୍ରୀମାନେ ଆତ୍ମରକ୍ଷା କୌଶଳ ଶିକ୍ଷା ପୂର୍ଣ୍ଣ ରୂପେ ଗ୍ରହଣ କରି ଏହାର ସଦୁପୋଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ I ଅଧ୍ୟାପିକା ଗୀତାଞ୍ଜଳି ଗୁରୁ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ I ମାଷ୍ଟର୍ ଟ୍ରେନର୍ ରୀନା ଖଟେଇ ଏବଂ ଇତିଶ୍ରୀ ସ୍ଵାଇଁ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ୍ ପ୍ରଦାନ କରିଥିଲେ I

ସମସ୍ତ କାର୍ଯ୍ୟକ୍ରମକୁ ଗୀତାଶ୍ରୀ ସାମନ୍ତ ସଂଯୋଜନା କରିବା ସହିତ ଧନ୍ୟାବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ଗ୍ରନ୍ଥାଗାର ସହାୟିକା ସଙ୍ଗୀତା ବିନ୍ଧାଣିରା,ପଞ୍ଚାନନ ତ୍ରିପାଠି, ରୁବିନା ପରିଡ଼ା, ରତ୍ନା ପ୍ରମୁଖ ସହଯୋଗ କରିଥିଲେ I