
କୋଦଳା (ଜିଲ୍ଲା ଖବର) ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟରେ ମଙ୍ଗଳବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧକ୍ଷ ଡ଼.ସିମାଞ୍ଚଳ ମୁନିଙ୍କ ସଂଯୋଜନାରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଓ ବେଗୁନିଆପଡା ବ୍ଲକ ବିଡ଼ିଓ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l ବାର୍ଷିକ ଉତ୍ସବରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ସହ ସଂଗୀତ ପରିବେଷଣ ହୋଇଥିଲା l ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଏବଂ କାର୍ଯ୍ୟକ୍ରମ ଶେଷରେ ବିଧାୟିକା ଶ୍ରୀମତି ଲତିକା ପ୍ରଧାନ ମହାବିଦ୍ୟାଳୟ ପରିସର ବୁଲି ଦେଖିଥିଲେ l ଏବଂ ମହାବିଦ୍ୟାଳୟର ଆତ୍ମ ତାଲିମ ଶିବିର ଉଦଘାଟନ କରିବା ସହ ଅଧିକ ଗୁରୁତ୍ୱ ଦେବା ପାଇଁ ଶ୍ରୀମତୀ ପ୍ରଧାନ ସମସ୍ତ କର୍ମଚାରୀଙ୍କୁ କହିଥିଲେ l ଏହି କାର୍ଯ୍ୟକ୍ରମକୁ ପିକେ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡିଗ୍ରୀ କଲେଜର ଅଧକ୍ଷ ପିସି ପାଢ଼ୀ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ୍ୟାନେଜର କିଶୋର କୁମାର ଆଚାର୍ଯ୍ୟ, ପୂର୍ବତନ ଅଧକ୍ଷ ଇ. ରାମ ଚନ୍ଦ୍ର ପାତ୍ର ଓ ଏସ. ବ୍ରହ୍ମା ମହିଳା ମହାବିଦ୍ୟାଳୟ (କୋଦଳା), ସତ୍ୟ ନାରାୟଣ ପାତ୍ର, ପିଏସଏନ ପାତ୍ର ଏବଂ ସମସ୍ତ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ l
ରିପୋର୍ଟ ଭଗବାନ ପାଢ଼ୀ




