
ବିଷମକଟକ , ୦୯/୦୪/୨୨ (ଜିଲ୍ଲା ଖବର) : ବିଷମକଟକ ଓ ମୁନିଗୁଡା ଠାରେ ଥିବା ଲିଭିଂଫାର୍ମସ ଆଦିବାସୀ ଓ ଦଳିତ ଲାଜ ଙ୍କ ନାମ ରେ ବାହାର ଫଣ୍ଡ ଗୁଡ଼ାକରୁ ଟଙ୍କା ଆଣି କୌଣସି କାମ କରୁନାହିଁ , ଉକ୍ତ ଟଙ୍କା କୁ ଉପର ସ୍ତରୀୟ ବଡ ବଡ ଷ୍ଟାଫ ମାନେ ନିଜ ପାଇଁ plot ,ଘର । ବାଡ଼ି ଓ farmhous ରେ ଏହି ଟଙ୍କା କୁ ନିୟୋଜିତ କରିଛନ୍ତି। ଏହି ଗୋଟିଏ କଥା ନୁହଁ ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ଯେଉଁ APPI ପ୍ରୋଜେକ୍ଟ ଚାଲିଥିଲା ସେତେବେଳେ ଭି Volunter ଟଙ୍କା ୧୧ ମାସ ର ଓ ବିଭିନ୍ନ କର୍ମଚାରୀ ଙ୍କୁ ଛଟେଇ କରି ତାଙ୍କ ଦରମା ଟଙ୍କା ଅନ୍ୟ ନୂଆ ପିଲାଙ୍କୁ ନିୟୋଜିତ କଲା ଭଲି କାଗଜ କଲମ ରେ ରଖି ସେସବୁ ଟଙ୍କା ନିଜେ ହଡପ କରିଥିଲେ ।

ଏମିତି ପିଲା ଙ୍କୁ ନିୟୋଜିତ କରିଥିଲେ କି ସେ ପିଲା ନିଜେ ଭି ଜାଣି ନଥିଲେ job join କରିବା କଥା ଓ ପିଲା କଲେଜ ରେ ପାଠ ପଢ଼ୁଥିବା ପିଲା ଙ୍କୁ ଭି join କରାଯାଇଥିଲା ଏବଂ ଉପର ସ୍ତରୀୟ କର୍ମଚାରୀ ମାନେ ନିଜ ଲୋକ ଙ୍କୁ ଯେମିତିକି ନିଜ ଭେନେଇ, ସଲା ମାନଙ୍କୁ ହିଁ ଚାକିରୀ ରେ ରଖୁଥିଲେ ଓ ମୋଟା ଅଙ୍କର ଦରମା ଭି ଦେଉଥିଲେ ଏବେ ଯୋଉ ୪ ଜଣ ଙ୍କର ୨ ଲକ୍ଷ ୬୨ ହଜାର ଟଙ୍କା ଲୁଟି ନେଇଛନ୍ତି । ଲିଭିଂଫାର୍ମସ ର ଉପର ସ୍ତରୀୟ କର୍ମଚାରୀ ଯଥା ପ୍ରଦୀପ ପାତ୍ର ଓ ଜଗନ୍ନାଥ ସେଠୀ । ସେଥିରୁ ଜଣେ କର୍ମଚାରୀ ଙ୍କୁ ତାଙ୍କ ଟଙ୍କା ଫେରାଇ ଦିଆଯାଇଛି । ଏହାର ମାନେ ଏ ଟଙ୍କା ହେଉଛି ସେଇ ଗରିବ ତଳୁଆ କର୍ମଚାରୀ ଙ୍କର। ଏଇ ଟଙ୍କା କୁ ଜେନେରାଲ ଫଣ୍ଡ ର ନାମ ଦେଇ ଉକ୍ତ କର୍ମଚାରୀ ମାନେ ନିଜ ପକେଟ ଗରମ କରିଥିଲେ । ଏହି ୨ ଜଣ ଯଥା ପ୍ରଦୀପ ପାତ୍ର ଓ ଜଗନ୍ନାଥ ସେଠୀ ଦୋଷୀ । ସେମାନେ ଏବେ ଯାଏଁ ଦଣ୍ଡ ପାଇନାହାନ୍ତି ଓଲଟା ଉପରସ୍ତରୀୟ ଚୋୖକି ରେ ବସି ମୋଟା ଅଙ୍କ ର ଦରମା ପାଉଛନ୍ତି।

ଉକ୍ତ ସମସ୍ତ ତଥ୍ୟ ଲିଭିଂଫାର୍ମସ ର C.E.O ଙ୍କୁ ଦେବା ପରେ ଭି C.E.O sir ନିରବ।ସେ ଏଠି ଦ୍ରୁତରାଷ୍ଟ୍ର ଙ୍କ ଭଳି ଶାସନ କରୁଛନ୍ତି ।ଏଥିପାଇଁ ଗୋଟେ ସୋସିଆଲ ଅଡ଼ିଟ ହେବା ନିହାତି ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଏହି ସମ୍ପର୍କରେ ଆମେ ଲିଭିଂ ଫାର୍ମ ସି ଇ ଓ ଙ୍କୁ ଯୋଗାଯୋଗ କରିବାରୁ ସେ ଆମ ଫୋନ୍ ଉଠାଇ ନଥିଲେ। ଲିଭିଂ ଫାର୍ମର ପ୍ରଦିପ କୁମାର ପାତ୍ର ଙ୍କୁ ଯୋଗାଯୋଗ କରିବାରୁ ସି ଇ ଓ ଙ୍କ ଜାଣନ୍ତ ରେ ସବୁ କାର୍ଯ୍ୟ ହୋଇଥିବା କହିଛନ୍ତି ପାତ୍ର।


