
ବୁଗୁଡା , ୦୯/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ବୁଗୁଡ଼ା ସହର ପୋଲସରା ରୋଡ଼ ଉପକଣ୍ଠରେ ଥିବା ଏକ ଅପରିତ୍ୟକ୍ତ କୁଅଁରୁ ପଚାସଢା ଶବଟିଏ ଉଦ୍ଧାର କରି ସ୍ଥାନୀୟ ପୋଲିସ ଜବତ କରିଛି।


ଘଟଣାରୁ ପ୍ରକାଶ ଯେ,ବୁଗୁଡ଼ା ସହରରୁ ପୋଲସରା ଯିବା ରାସ୍ତାରେ ସ୍ବାଗତଂ ଜଣାଉଥିବା ତୋରଣ ନିକଟସ୍ଥ ମୂଖ୍ଯରାସ୍ତାର ପାର୍ଶ୍ବରେ ଭୂମିରେ ମିଶିଲା ପରି ଥିବା ଏକ ନନ୍ଦ କୁଅଁଟିରେ ଯୁବତୀଟିଏ ପଡିଥିବାର ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ।


ତା’ପରେ ଦମକଳବାହିନୀ ଏବଂ ଏନ୍ଏସିର ସଫେଇ କର୍ମଚାରୀ ଯାଇ ଯୁବତୀଟିକୁ ଉଦ୍ଧାର କରିଥିଲେ। ତା’ପରେ ଜଣାପଡିଛି ଯେ ସେ ପ୍ରାୟ ଦୀର୍ଘଦିନର ଶବଟି ପଚିଯାଇ ମାଂସ ଗୁଡିକ ଝଡିଯାଇଛି ଏବଂ ମୁଣ୍ଡଟି ମଧ୍ଯ ନାହିଁ।


କଳା ରଙ୍ଗର ଚୁଡିଦାରଟିଏ ଓ ନାଲ ରଙ୍ଗର ପୋଷାକଟିଏ ପିନ୍ଧିଥିବା ଜଣାପଡିଛି। ଶବଟିକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।



