Tuesday, October 20, 2026
Home ଅପରାଧ ୧୦୨ ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ।

୧୦୨ ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ।

77


ହିଞ୍ଜିଳି କାଟୁ , ୦୯/୦୪/୨୨ ( ଜିଲ୍ଲା ଖବର ) : ହିଞ୍ଜିଳି ଥାନା ଅନ୍ତର୍ଗତ ଗଣ୍ଡଳା ଗ୍ରାମ ମେନ ରୋଡରେ ବାବୁ ସେଠୀଙ୍କ ପତ୍ନୀ ପଙ୍କଜ ସେଠୀ ବୟସ ୪୫ ଆଜି ସକାଳ ୫ ଘଣ୍ଟ ସମୟରେ ବିଲକୁ ଗଲାବେଳେ ବିପରିତ ଦିଗରୁ ବେଲଗାଁ ମେଡିକାଲ ର ୧୦୨ ଆମ୍ବୁଲାନ୍ସ ଧକା ଦେଇ ଥିଲା ପଙ୍କଜ ସେଠି ତଳେ ପଡି ଯାଇ ଥିଲେ ।

ଗୁରତର ଅବସ୍ଥା ରେ ୧୦୨ ଗାଡିର ଡ୍ରାଇଭର ନିଜେ ବେଲଗାଁ ମେଡିକାଲ କୁ ନେଇ ଥିଲେ।

ସେଠାରୁ ଅତି ଗୁରତ୍ୱର ହେବା ରୁ ବ୍ରହ୍ମପୁର MKCG ମେଡିକାଲ କୁ ସ୍ଥାନନ୍ତର କରି ଥିଲେ ସେଠି ଡାକ୍ତର ମୃତ ଘୋଷଣା କରୀଥିଲେ।ଏହା ପରେ ପୋଲିସ ପହଞ୍ଚି ୧୦୨ ଆମ୍ବୁଲାନ୍ସ କୁ ଥାନା ରେ ଅଟକ ରଖି ଘଟଣା ର ତଦନ୍ତ କରିଛି ।