
ଗଞ୍ଜାମ , ୦୮/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନ୍ଏସିର ଉପାଧ୍ୟକ୍ଷ ଭାବେ ୧୦ ନଂ ୱାର୍ଡରୁ ବିଜୟୀ ହୋଇଥିବା ବିଜେଡି କାଉନସିଲର ଶ୍ରୀମତୀ ଗୀତାଞ୍ଜଳି ପାଢୀଙ୍କୁ ସ୍ଥାନୀୟ ତହସିଲଦାର ତଥା ନିର୍ବାଚନ ଅଧିକାରୀ ଘୋଷିତ କରିଛନ୍ତି।


ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟର ସମସ୍ତ ପୌରସଂସ୍ଥା ଏବଂ ଏନଏସିର ଉପାଧ୍ୟକ୍ଷ ନିର୍ବାଚନ ହୋଇଥିଲା ।


ବୁଗୁଡ଼ା ଏନ୍ଏସିର ୧୩ ଗୋଟି ୱାର୍ଡ ମଧ୍ୟରୁ ୧୦ ଗୋଟି ୱାର୍ଡରେ ବିଜେଡି କାଉନସିଲର ବିଜୟୀ ହୋଇଥିବା ବେଳେ ୨ଟି ୱାର୍ଡରେ ବିଜେପି ବିଜୟୀ ହୋଇଥିଲା ଓ ଗୋଟିଏ ୱାର୍ଡରେ ଅପ୍ରତିଦ୍ୱନ୍ଦୀ ହୋଇଥିଲା।


ତେବେ ସୁଦ୍ଧା ସେହି ୧୧ଗୋଟି ବିଜେଡି କାଉନସିଲର ଉପାଧ୍ୟକ୍ଷ ନିର୍ବାଚନର ତିନିଦିନ ପୂର୍ବରୁ ଅଜ୍ଞାତବାସ କରିଥିଲେ ଫଳରେ ଉପାଧ୍ୟକ୍ଷ ପଦବୀରେ ଏକାଧିକ ଆଶାୟୀ ଥିବା ଚର୍ଚ୍ଚା ହୋଇଥିଲା। ତା’ର ପରିସମାପ୍ତି ଘଟିଛି।


ପ୍ରଥମେ ଶ୍ରୀ ଶ୍ରୀ ବଳଦେବ ସ୍ବାମୀଙ୍କ ମନ୍ଦିର ରୁ ପ୍ରଭୁଙ୍କୁ ଦର୍ଶନ କରି ଏନ୍ଏସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଶ୍ରୀମତୀ ଗୀତାଞ୍ଜଳି ପାଢୀ ହିଁ ଜଣେ ମାତ୍ର ନାମାଙ୍କନପତ୍ର ଦାଖଲ କରିଥିଲେ ଏବଂ କିଛି ସମୟ ପରେ ଘୋଷଣା ବି କରିଦେଇଥିଲେ।


ତା’ପରେ ଅପରାହ୍ନରେ ଏକ ଶୋଭାଯାତ୍ରା କରି ବାଣ ପଟୁଆର ସହ ନଗର ପରିକ୍ରମା କରିଥିଲେ। ଏଥିରେ ବହୁ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ।
ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।


