
ଯାଜପୁର , ୦୮/୦୪/୨୨ ( ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧୀନ ଧର୍ମଶାଳା ମିଡ଼ିଆ କ୍ଲବ ପକ୍ଷରୁ ଆଜି ଏକ ପ୍ରତିବାଦ ଦାବିପତ୍ର ତହସିଲଦାର ଙ୍କୁ ଦିଆହୋଇଛି ।


ବାଲେଶ୍ୱର ଜିଲ୍ଲା ନୀଳଗିରି ରେ କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଅପରାଧୀ ଭଳି ପୁଲିସ ର ବ୍ୟବହାର ଓ ଗୋଡ଼ରେ ବେଡି ପକାଇବା ଘଟଣା ର ପ୍ରତିବାଦ କରାଯିବା ସହ ସଂପୃକ୍ତ ଥାନା ଅଧିକାରୀ ଙ୍କୁ ଗିରଫ ଦାବିରେ ଯାଜପୁର ଜିଲ୍ଲା ଧର୍ମଶାଳା ମିଡ଼ିଆ କ୍ଲବ ପକ୍ଷରୁ ଆଜି ପ୍ରତିବାଦ କରାଯିବା ସହ ଧର୍ମଶାଳା ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।




ମିଡ଼ିଆ କ୍ଲବ ସଭାପତି ବିମଳ ପତି ଙ୍କ ନେତୃତ୍ୱ ରେ କ୍ଲବ ର ସଦସ୍ୟ ମାନେ ଧର୍ମଶାଳା ବାଣୀ ପୀଠ ନିକଟରୁ କଳା ବ୍ୟାଚ ପିନ୍ଧି ବିଭିନ୍ନ ସ୍ଲୋଗାନ ଦେଇ ତହସିଲ ଅଫିସ କୁ ଯିବା ସହ ଏହି ଘଟଣା ରେ ନୀଳଗିରି ଥାନା ଅଧିକାରୀ ଙ୍କୁ ଗିରଫ ଦାବିରେ ରାଜ୍ୟ ମାନବ ଅଧିକାର ଆୟୋଗ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଥିଲେ।


ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ।



