
ଗୁଣପୁର , ୦୮/୦୪/୨୨ ( ଜିଲ୍ଲା ଖବର ) : ନୀଳଗିରି ଥାନା ଅଧିକାରୀ ଙ୍କ ଜଣେ କର୍ତ୍ତବ୍ୟନିଷ୍ଟ ସାମ୍ବାଦିକ ଙ୍କ ପ୍ରତି ଅମାନୁଷିକ ବ୍ୟବହାର ଏବଂ ଗୋଡ଼ ରେ ଲୁହା ଶିଙ୍କୁଳି ବାନ୍ଧିବା ପ୍ରତିବାଦରେ ଶୋଭାଯାତ୍ରା ଏବଂ ଦାବି ପତ୍ର ପ୍ରଦାନ ।


ଗତକାଲି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିକାରୀ ଦ୍ରୌପଦୀ ଦାସ ଜଣେ କର୍ତ୍ତବ୍ୟନିଷ୍ଟ ସାମ୍ବାଦିକ ଙ୍କୁ ଯେଉଁ ଭଳି ଅମାନୁଷିକ ଏବଂ ଜଣେ ହାର୍ଡକୋର ଆତଙ୍କବାଦୀ ଭଳି ଗୋଡ଼ ରେ ବେଡି ପକାଇବା ଘଟଣା ରେ ।

ଆଜି ଗୁଣୁପୁର ପ୍ରେସ ୟୁନିଅନ ର ସଭାପତି ପ୍ରମୋଦ କୁମାର ସାହୁ ଙ୍କ ନେତୃତ୍ୱ ରେ ରାୟଗଡା ଜିଲ୍ଲା କାର୍ଯ୍ୟକାରୀ ସାମ୍ବାଦିକ ସଙ୍ଘ ଏବଂ ଜିଲ୍ଲା ମିଡ଼ିଆ କେୟାର ତରଫରୁ ମିଳିତ ଭାବେ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟରେ ଏକ ତିନି ଦଫା ଦାବି ପତ୍ର ।


ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ ଏବଂ ଗୁଣୁପୁର ଏସ ଡି ପି ଓ ଅଜୟ ବାରିକ ଙ୍କୁ ପ୍ରଦାନ କରିଥିଲେ । ଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା , ଅନିଲ ସାହୁକାର , ରାଜେଶ ପଣ୍ଡା , ରବି ମୋହିନୀ , ସନ୍ତୋଷ ଗୁରୁ , ରାମ ନାୟକ , ଦୀପକ ପଣ୍ଡା , ସୁନୀଲ ସାବତ ପ୍ରମୁଖ ଯୋଗ ଦେଇ ଥିଲେ ।


ଏହି ଅବସରରେ ବାଇକ ରାଲି ରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଏବଂ ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ ରେ ପହଁଚି ସରକାରୀ ବିରୋଧୀ ନାରା ସହ ନୀଳଗିରି ଥାନା ଅଧିକାରୀ ଙ୍କୁ ତୁରନ୍ତ କାର୍ଯ୍ୟ ରୁ ବହିଷ୍କାର କରିବା ଏବଂ ସାମ୍ବାଦିକ ଙ୍କୁ ବିନା ସର୍ତ୍ତ ରେ ଖଲାସ ଦାବି ମୁଖ୍ୟ ଥିଲା ।


ଆଜି ଏହି ଘଟଣା ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି ଜୋର ଧରି ଥିଲା । ଆଗାମୀ ଦିନ ଯଦି ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ବିଲ ନ ଆଣନ୍ତି ତେବେ ଆଗାମୀ ଦିନ ଯେଉଁ ପରିସ୍ଥିତି ହେବ ସେଥି ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ରହିବେ ବୋଲି ଚେତାବନି ଦେଇଛନ୍ତି ।

ଗୁଣୁପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର।



