Home ଆଞ୍ଚଳିକ ଫଇଜ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଲେ ଗ୍ରାମବାସୀ।

ଫଇଜ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଲେ ଗ୍ରାମବାସୀ।

86

ଯାଜପୁର , ୦୮/୦୪/୨୨ ( ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ଭୁବନ ଗ୍ରାମର ସ୍ବର୍ଗତ ବଟକୃଷ୍ଣ ନାୟକ ଙ୍କ ପୁଅ ଚନ୍ଦ୍ରମଣି ଆର୍ମିରୁ ଅବସର ଗ୍ରହଣ କରିବା ଅବସରରେ ଆଜି ତାଙ୍କୁ ଗ୍ରାମବାସୀ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ପ୍ରଥମେ ସେ ଜାରକା ବଜାର ନିକଟରେ ପହଞ୍ଚିବା ପରେ ଶତାଧିକ ଗ୍ରାମବାସୀ ସେଠାରେ ପହଞ୍ଚି ଫୁଲଗୋଚ୍ଛା ଦେଇ ସମ୍ବର୍ଦ୍ଧିତ କରିବା ପରେ ଏକ ଖୋଲା ଜିପ୍ ରେ ସେ ଆସିବା ସହ ବାଜା ବାଦ୍ୟଯନ୍ତ୍ର ବଜାଇ ଶତାଧିକ ଗ୍ରାମବାସୀ ବାଇକ୍ ମାଧ୍ୟମରେ ଏକ ରାଲି ରେ ତାଙ୍କ ବାସଭବନ ପଯ୍ୟନ୍ତ ପା ଛୋଡ଼ି ଆଣିଥିଲେ ।

ପ୍ରକାଶ ଥାଉକି ଚନ୍ଦ୍ରମଣି ୨୦୦୨ ରେ ୩୮ ଆସାମ୍ ରାଇଫଲ୍ ରେ ଯୋଗ ଦେଇ ଆସାମ୍ ମେଘାଳୟ ରେ ଚାକିରି କରିଥିଲେ, ସେ ଯେତେବେଳେ ତୃତୀୟ ରେ ପାଠ ପଢୁଥିଲେ ।

ଏକ ପୋଏମ୍ ରେ ଲେଖାଥିଲା ବଡ ହୋଇଦିନେ ସୈନିକ ହେବି ,,,ଦେଶ ପାଇଁ ଲଢି ଜୀବନ ଦେବୀ , ସେତେ ବେଳରୁ ସେ ସୈନିକ ହେବାପାଇଁ ସ୍ବପ୍ନ ଦେଖିଥିଲେ ।

୧୯୯୮ ରେ ମେଟ୍ରିକ୍ ପାସ୍ କଲାପରେ ୨୦୦୦ ମସିହାରେ ଧର୍ମଶାଳା ମହାବିଦ୍ୟାଳୟ ରେ +2 ପାସ୍ ଆଉଟ୍ କରି ୩୦/୦୬/ ୨୦୦୨ ରେ ୩୮ ଆସାମ ରାଇଫଲ୍ଲ୍ ରେ ଯୋଗ ଦେଇଥିଲେ ।

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ।