Home ଆଞ୍ଚଳିକ ମା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଗୁଣ୍ଠପଡା ଠାରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ମା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଗୁଣ୍ଠପଡା ଠାରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

71

ଆସିକା (ଜିଲ୍ଲା ଖବର) : ଅନୁଷ୍ଠିତ ହୋଇସାରିଛି ମା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଗୁଣ୍ଠପଡା ଠାରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା। ଶିଶୁମନ୍ଦିରର ଛାତ୍ର ଛାତ୍ରୀ ସମେତ ଗୁରୁଜୀ ଗୁରୁମା ମାନେ ଗ୍ରାମ୍ୟ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମଶାଲ ଆଣି ଗ୍ରାମ ପରିକ୍ରମା କରିବା ପରେ ପ୍ରଧାନାଚାର୍ଯ୍ୟଙ୍କ କରକମଳରେ ଉଦ୍ଘାଟନ ହୋଇଅଛି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା। ବିଭିନ୍ନ ପ୍ରକାରର ଖେଳ ପ୍ରଦର୍ଶନ କରିବା ସହ ଖେଳୁଆଡ ମନୋଭାବର ଏକ ସୁନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ଦୌଡ଼ି, ଲମ୍ବଡିଆଁ, ଗୋଳାଫିଙ୍ଗା ,ଛୋଟିପାରା, କ୍ରିକେଟ, କବାଡ଼ି ସାଙ୍ଗକୁ ମ୍ୟୁଜିକ୍ ଚେୟାର ଭଳି ବିଭିନ୍ନ ରକମର ଖେଳରେ ପରିବେଶ ହୋଇଥିଲା ଉତ୍ସବମୂଖର।ପ୍ରଥମ ଦିନର ନିର୍ଧାରିତ ଖେଳ ପରିସମାପ୍ତି ହୋଇସାରିଥିବା ଵେଳେ ତିନିଦିନ ଧରି ଚାଲିବାକୁ ଥିବା ଏହି କ୍ରୀଡ଼ା ପ୍ରତିଯୋଗିତାର ଅନ୍ତିମ ଦିବସରେ କିଛି ମାନ୍ୟଗଣ୍ୟ ଅତିଥିଙ୍କ କରକମଳରେ ପୁରସ୍କାର ବିତରଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଉକ୍ତ କ୍ରୀଡ଼ା ପ୍ରତିଯୋଗିତା 16/12/19/ଠାରୁ ଆରମ୍ଭ ହୋଇ 18/12/19 ତାରିଖରେ ପର୍ଯ୍ୟନ୍ତ ଜାରିରହିବ। ଶିଶୁମାନଙ୍କର ବୌଦ୍ଧିକ ଓ ଶୈକ୍ଷିକ ସାମର୍ଥ୍ୟ ବୃଦ୍ଧି କରିବା ସହ ଶାରିରୀକ ଦକ୍ଷତାର ବିକାଶ ନିମନ୍ତେ ଖେଳର ଆବଶ୍ୟକତା ସଂପର୍କରେ ଅନୁଷ୍ଠାନର ଗୁରୁଜୀ ଗୁରୁମା ମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ। ସମସ୍ତ ବିଭାଗର ଖେଳକୁ ପରିଚାଳନା କରିଥିଲେ ଅନୁଷ୍ଠାନର ଗୁରୁଜୀ ଗୁରୁମା ମାନେ।ଅନୁଷ୍ଠାନର ପରିଚାଳକ ଶ୍ରୀ ପ୍ରଶାନ୍ତ କୁମାର ବାଡତ୍ୟାଙ୍କ ତତ୍ବାବଧାନରେ ଉକ୍ତ କ୍ରୀଡ଼ା ପ୍ରତିଯୋଗିତା ଏକ ବର୍ଣ୍ଣାଢ୍ୟମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।

ରିପୋର୍ଟ ରତ୍ନାକର ଶିଅ ।