
ରାୟଗଡା , ୦୭/୦୪/୨୨ ( ଜିଲ୍ଲା ଖବର ) : ଭାରତୀୟ ମଜଦୂର ସଙ୍ଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଅଙ୍ଗନବାଡି କର୍ମଚାରୀ ମହା ସଂଘ ର ଆହ୍ଵାନ ରେ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ଼ ୱାର୍କର୍ସ ଆଶୋସିଏସନ ପକ୍ଷରୁ ରାଜ୍ୟ ର ସମସ୍ତ ଜିଲ୍ଲାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଜିଲ୍ଲାରେ ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ଶିଶୁଵିକାଶ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୧୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।


ଆଜି ରାୟଗଡା ଜିଲ୍ଲା ଅଲ୍ଲ ଓଡିଶା ଅଙ୍ଗନବାଡି ଲେଡିଜ଼ ୱାର୍କଶ ଆଶୋସିଏସନ ତରଫ ରୁ ମଧ୍ୟ ଉକ୍ତ ଦାବି ପୂରଣ ନିମନ୍ତେ ଏହି ବିକ୍ଷୋଭ କରାଯାଉଛି ବୋଲି ଭାରତୀୟ ମଜଦୂର ସଙ୍ଘ ର ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ ଯୋଗେଶ୍ୱର ଦାସ ପଦଯାତ୍ରାରେ ଯାଇ ବିକ୍ଷୋଭ ସ୍ଥାନରେ ଉପସ୍ଥିତ ରହି ନିଜ ମତ ପ୍ରକାଶ କରିଛନ୍ତି ।


ଆଜି ରାୟଗଡ ଜିଲ୍ଲା ଅଲ୍ଲ ଓଡିଶା ଅଙ୍ଗନବାଡି ଲେଡୀଜ଼ ୱାର୍କଶ ଆସୋସିଏସନ୍ ର ଜିଲ୍ଲା ଶୋଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ ଏବଂ ଜିଲ୍ଲା ସମ୍ପାଦିକା ଶ୍ରୀମତୀ ଉଷାରାଣି ଦାଶ ଙ୍କ ନେତୃତ୍ବ ରେ ସଂଘର ୧୧ଟି ବ୍ଳକ ର ସମସ୍ତ ସଭ୍ୟା ରାୟଗଡା ସ୍ଥିତ ଗାନ୍ଧୀପାର୍କ ସମୁଖ ରେ ପହଞ୍ଚିଥିଲେ।


ସେଠାରୁ ବିରାଟ ପଟୁଆର ରେ ପଦଯାତ୍ରା ବାହାରି ସହର ପରୀକ୍ରମ କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳ ଶ୍ରୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ପ୍ରଧାନଙ୍କୁ ସଂଘର ସଭ୍ୟମାନେ ଦାବିପତ୍ର ପ୍ରଦାନ କରିଛନ୍ତି l



ରାଜ୍ୟ ସରକାରଙ୍କର ଯୋଜନା କୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଉଥିବା ଅଙ୍ଗନବାଡି କର୍ମୀ ମାନଙ୍କ ପ୍ରତି ଯେଉଁ ଅନ୍ୟାୟ ମାନସିକ ଅତ୍ୟାଚାର ଏବଂ ଛଳନା କରି ଅନ୍ଧାର ରେ ରଖିବା କାର୍ଯ୍ୟକଳାପ କୁ ଘୋର ନିନ୍ଦା କରିବା ସହ ଦାବିପତ୍ର ରେ ସମ୍ବଳିତ ଦାବି କୁ ତୁରନ୍ତ ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି ।

ଏଥିପ୍ରତି ସରକାର ଦୃଷ୍ଟି ଦେଇ ଯଦି ସମସ୍ୟା ର ସମାଧାନ ନ କରିବେ ତେବେ ଆଗାମୀ ଦିନ ରେ ଭାରତୀୟ ମଜଦୂର ସଙ୍ଘ ରାଜରାସ୍ତା କୁ ଉହ୍ଲାଇବାକୁ ବାଧ୍ୟ ହେବ ବୋଲି ଶ୍ରୀ ଯୋଗେଶ୍ଵର ଦାସ ଚେତାବନି ଦେଇଛନ୍ତି।


ଏହି କାର୍ଯ୍ୟ କ୍ରମ ରେ ସଂଘର ଜିଲ୍ଲା ସଂପାଦକ ଶ୍ରୀ ଖଗେଶ୍ବର ସିଂ , ଜିଲ୍ଲା ଉପସଭାପତି ଶ୍ରୀ ମହନ ରାଓ ମାଝୀ, ପ୍ରସାନ୍ତ କୁମାର ପାଳ, ପରମାନନ୍ଦ ପ୍ରଧାନ, ଅମ୍ବିକା ନିଳଗିରି , କେ ନିଳାଦ୍ରୀ, ରମା ବାଉରୀ , ସଞ୍ଜୁକ୍ତା ରଥ ,ଯୋଛନା ରାଣୀ ସାହୁ , ପ୍ରଭାସିନୀ ପଣ୍ଡା , ଗୈାରି ପଣ୍ଡା , ଇନ୍ଦିରା ପଣ୍ଡା ଓ ଅନ୍ୟ ମାନେ ଉପସ୍ଥିତ ପରିଚାଳନା କରିଥିଲେ।


