Monday, November 16, 2026
Home ଆଞ୍ଚଳିକ ଆସିକା ବ୍ଳକ ମୁକୁନ୍ଦପୁର ସ୍ଥିତ ସ୍ବପ୍ନେଶ୍ଵର ମନ୍ଦିର ଠାରେ ଓଡିଶା ଡ୍ରାଇଭର ମହାସଂଘର ଏକ ମହାମିଳନ।

ଆସିକା ବ୍ଳକ ମୁକୁନ୍ଦପୁର ସ୍ଥିତ ସ୍ବପ୍ନେଶ୍ଵର ମନ୍ଦିର ଠାରେ ଓଡିଶା ଡ୍ରାଇଭର ମହାସଂଘର ଏକ ମହାମିଳନ।

129

ଆସିକା , ୦୭/୦୪/୨୨ ( ଜିଲ୍ଲା ଖବର ) : ଓଡିଶା ଡ୍ରାଇଭର ମହାସଂଘର ଏକ ମହାମିଳନ କାର୍ଯ୍ୟକ୍ରମ ଆସିକା ବ୍ଳକ୍ ମୁକୁନ୍ଦପୁର ସ୍ଥିତ ସ୍ବପ୍ନେଶ୍ବର ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଓଡିଶା ଡ୍ରାଇଭର ମହାସଂଘ ସଭାପତି ପ୍ରସନ୍ନ ମେଣ୍ଡୁଲି ଓ ତାଙ୍କ ସହଯୋଗି ବୃନ୍ଦ ଦକ୍ଷିଣ ଓଡିଶାର ଡ୍ରାଇଭର ମହାସଂଘ ସହିତ ଏକ ମହାମିଳନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି ଅବସରରେ ଗଞ୍ଜାମ ଜିଲ୍ଲା ଡ୍ରାଇଭର ମହାସଂଘର ସଭାପତି ବାବୁ ଖାନଙ୍କ ଅଧ୍ୟକ୍ଷତାରେ ଆସିକା ବସଷ୍ଟାଣ୍ଟ ଠାରୁ ଶହଶହ ଡ୍ରାଇଭର ଏକ ବିଶାଳ ପଟୁଆରରେ ବାହାରି ମୁକୁନ୍ଦପୁର ସ୍ଥିତ ସ୍ବପ୍ନେଶ୍ବର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ଓ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା।

ଏଥିରେ ଡ୍ରାଇଭର ମାନଙ୍କୁ ଜନସାଧାରଣଙ୍କ ଆକ୍ରୋଶରୁ ସୁରକ୍ଷା ଦେବାପାଇଁ ଏକ ସ୍ବତନ୍ତ୍ର ଆଇନ୍ ପ୍ରଣୟନ, ଗାଡି ଗୁଡିକୁ ୧୦୦ କିଲୋମିଟର ଅନ୍ତରରେ ଜାତୀୟ ରାଜ ପଥରେ ପାର୍କିଙ୍ଗ ଓ ବିଶ୍ରାମ ନେବାପାଇଁ ବ୍ୟବସ୍ଥା, ୫୫ ବୟସରେ ପେନସନର ବ୍ୟବସ୍ଥା, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭର ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି, ଅକର୍ମଣ୍ୟ ଡ୍ରାଇଭରଙ୍କୁ ୧୦ ଲକ୍ଷ ସହାୟତା ଓ ଚିକିତ୍ସା ପାଇଁ ୫ ଲକ୍ଷ  ଟଙ୍କା ସହାୟତା,

ସମାନ ସମୟକୁ ସମାନ ଦରମା,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ସହାୟତା ଯୋଜନା,ସେମାନଙ୍କ ଶିଶୁଙ୍କ ଉଚ୍ଚ ଶିକ୍ଷା ପାଇଁ ସହାୟତା,ସେମାନଙ୍କୁ ଦ୍ବିତୀୟ ସୈନିକର ମାନ୍ୟତା,ପ୍ରଶାସନ ପକ୍ଷରୁ ରାଜ ରାସ୍ତା ଉପରେ କରାଯାଉଥିବା ଅସୁବିଧାରୁ ନିବୃତ ରଖିବା ଏହି ପରି ୧୦ ଟି ଦଫା ଦାବି ଉପରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ଗଞ୍ଜାମ ଜିଲ୍ଲା ଡ୍ରାଇଭର ସଙ୍ଘ ସମ୍ପାଦକ ବବୁଲ ବିଶ୍ବାଳ ଆସିକା ଶାଖାର ଉପସଭାପତି ଜଗନ୍ନାଥ ବେହେରା,ସଂପାଦକ ସୁଶାନ୍ତ ସେଠୀ, ସହ ସଂପାଦକ ପବିତ୍ର ଗୌଡ଼, ଓ ସଦସ୍ୟ ପି.ରାଜା ରାଓ ଦୋରା, ଅରୁଣ ରେଡ୍ଡୀ, ଚକା ବେହେରା, ଭଗବାନ ନାହାକ, ଅନୁ ନାହାକ, ପଞ୍ଚୁ ପଣ୍ଡା, ସପ୍ୟାସି ନାହାକ ମଙ୍ଗୁଳ ନାହାକ, ବାବୁଲା ସେଠି ପ୍ରମୁଖ ଏହି ସଭକାର୍ଯ୍ୟରେ ସହଯୋଗ କାରିଥିଲେ।