
ସାନଖେମୁଣ୍ଡି , ୦୭/୦୪/୨୨ ( ଜିଲ୍ଲା ଖବର ) : ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଜିଉରା ଗ୍ରାମ ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜିଉରା ଠାରେ ଶିକ୍ଷା ବ୍ୟବସ୍ଥା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି।



ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସାନଖେମୁଣ୍ଡି ବ୍ଳକ ରୁ ଆସିଥିବା A.B.O-ସୁକଦେବ ମଲ୍ଲିକ,ସିମାଞ୍ଚଳ ରଥ,CRCC-ଅଶୋକ ମଲ୍ଲିକ, ହରିହର ସାମନ୍ତ,ଶଙ୍କର୍ଷଣ ସେଠି ଏବଂପ୍ରଧାନ ଶିକ୍ଷତ୍ରି-ରଶ୍ମିତା ସାହୁ



ଏବଂ ସ୍କୁଲର ସଭାପତି-ବଳରାମ ସାହୁ ,ସମସ୍ତ ଶିକ୍ଷ୍ୟକ ଶିକ୍ଷ୍ଯାତ୍ରି ଏବଂ ଶିକ୍ଷା ସଚେତନତା ରଥ ଗାଡ଼ି ଦ୍ଵାରା ଲୋକ ମାନଙ୍କ ଏବଂ ପିଲାଙ୍କ ପାଇଁ ସଚେତନତା କରାଯାଇଛି।




ଏଥିରେ ସମସ୍ତ ପିଲାଙ୍କୁ ନେଇ ଗ୍ରାମ ସାରା ବୁଲି ସଚେତନତା କାର୍ଯ୍ୟକ୍ରମ କରାଯାଇ ଥିଲା।କାରଣ covid-19 କରୋନା ପରଠାରୁ ଓଡ଼ିଶାର ସମସ୍ତ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲା।



କିନ୍ତୁ ଏବେ ସରକାର ଙ୍କ ନିର୍ଦ୍ଦେଶ ଦ୍ଵାରା ସ୍କୁଲ ଖୋଲିବା ଏବଂ ପିଲାମାନେ ସ୍କୁଲ ଯାଇ ନିୟମିତ ପାଠ ପଢିବା ଏବଂ ଏହି ପରି ଶିକ୍ଷା ଉପରେ ଅନେକ ସଚେତନତା କରାଯାଇଛି।
ସାନଖେମୁଣ୍ଡି ରୁ ରଞ୍ଜନ କୁମାର ସେଠୀଙ୍କ ରିପୋର୍ଟ ଜିଲ୍ଲା ଖବର।


