
ଭଞ୍ଜନଗର , ୦୭/୦୪/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ସାହାରା ଅଫିସ ସମ୍ମୁଖରେ ସାହାରା ରେ ଜମା କରିଥିବା ପଇସା ଫେରସ୍ତ ଦାବିରେ ବିଭିନ୍ନ ବ୍ଲକ ର ଜମାକାରୀ ମାନେ ଭଞ୍ଜନଗର ସାହାରା ଅଫିସ କର୍ମଚାରୀ ଙ୍କୁ ତାଲା ପକାଇବା ସହ ସାହାରା ମୁଖ୍ୟ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।

ଶହ ଶହ ପୁରୁଷ ,ବୃଦ୍ଧ, ବୃଦ୍ଧା ଏକତ୍ରିତ ହୋଇ ଭଞ୍ଜନଗର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

ସାମାଜିକ କର୍ମୀ ଭଂଜକିଶୋର ପ୍ରଧାନ ଙ୍କ ନେତୃତ୍ୱରେ ଆସ୍କା ସୋରଡା ଅଞ୍ଚଳର ମୁଖ୍ୟ ମାନେ ଯୋଗ ଦେଇଥିଲେ।

ଆସ୍କା ସାହାରା ଜମାକାରୀ ମଂଚ ମୁଖ୍ୟ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଓ ଉତ୍ତର କୁମାର ପରିଡ଼ା ପ୍ରମୁଖ ଯୋଗଦେଇ ଥିଲେ ।

ସାହାରା ଯେପରି ଭାବେ ଲୋକଙ୍କ ଟଙ୍କା ଜୁ ନ ଫେରାଈ ଠକୁଛି ତାକୁ ବିରୋଧ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଥିଲେ ।


