Wednesday, November 11, 2026
Home ଆଞ୍ଚଳିକ ପଞ୍ଚାୟତସ୍ଥରୀୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ ।

ପଞ୍ଚାୟତସ୍ଥରୀୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ ।

71

ଦିଗପହଣ୍ଡି , ୦୭/୦୪/୨୨ ( ଜିଲ୍ଲା ଖବର ) : ଦିଗପହଣ୍ଡି ବ୍ଳକ ଜକର ଗ୍ରାମ ପଞ୍ଚାୟତ ପକ୍ଷରୁ ଗତକାଲି ପଞ୍ଚାୟତ ସ୍ଥରୀୟ ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅଛି।

ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିଲା , ଏଥିରେ ସରପଞ୍ଚ ରଶ୍ମିତା କୁମାରୀ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବୈଠକରେ ମୁଖ୍ୟ ଅତିଥି ଭାବରେ ନବ ନିର୍ବାଚିତ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସୁନିତା ସେଠୀ, ଯୁବ ସମାଜ ସେବୀ ଶ୍ରୀଏମ.ନିରଞ୍ଜନ ରେଡ଼ି,ସମିତି ସଭ୍ୟା କାମିନୀ ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କୃଷ୍ଣ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ।

ଉକ୍ତ ବୈଠକରେ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ ଯୋଗଦେଇ ନିଜ ନିଜର ବିଭାଗର ଅଭାବ ଅସୁବିଧା ଉପସ୍ଥାପନ କରିଥିଲେ,ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ରାମେଶ୍ୱର ପ୍ରାଣିଗ୍ରାହୀ,

ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ,ତ୍ରିପତି ପ୍ରଧାନ, ହରି ପ୍ରଧାନ,ପୁରୁଷୋତ୍ତମ ପ୍ରଧାନ,ବାରିକ ରେଡ୍ଡୀ,ଶିବରାମ ପ୍ରଧାନ, ନିରଞ୍ଜନ ବେହେରା ,ଗ୍ରାମବାସୀ ଉପସ୍ଥିତ ଥିଲେ।

ସାନଖେମୁଣ୍ଡି ରୁ ରଞ୍ଜନ କୁମାର ସେଠୀଙ୍କ ରିପୋର୍ଟ ଜିଲ୍ଲା ଖବର।