Wednesday, October 14, 2026
Home ଆଞ୍ଚଳିକ ଥେରୁବାଲି ସ୍ଥିତ ଛିନ୍ନୟ ବିଦ୍ୟାଳୟ ବନ୍ଦ ନକରିବାକୁ ଇମ୍ପା କାରଖାନାର ପାରି ପାର୍ଶିକ ଅଞ୍ଚଳବାସୀଙ୍କ ଦାବୀ...

ଥେରୁବାଲି ସ୍ଥିତ ଛିନ୍ନୟ ବିଦ୍ୟାଳୟ ବନ୍ଦ ନକରିବାକୁ ଇମ୍ପା କାରଖାନାର ପାରି ପାର୍ଶିକ ଅଞ୍ଚଳବାସୀଙ୍କ ଦାବୀ ।

79

ରାୟଗଡ଼ା , ୦୬/୦୪/୨୨ ( ଜିଲ୍ଲା ଖବର ) : ରାୟଗଡା ଜିଲ୍ଲା ଇମ୍ଫା କାରଖାନାର ପାରିପାର୍ଶିକ ବିକାଶ ଓ ସିଏସ୍ଆର କାର୍ଯ୍ଯକ୍ରମକୁ ସୁଚାରୂ ରୂପେ ପରିଚାଳନା କରିବା ନିମନ୍ତେ ଇମ୍ଫା କର୍ତ୍ତୃପକ୍ଷଙ୍କ ଦ୍ବାରା ଗଢି ଉଠିଥିବା ଏକ ଅଂଶୀଦାର ସଂସ୍ଥା ବିଆଇପିଏଫ୍ | ଚିନ୍ମୟ ସଂଘଠନର ଅନୁମୋଦନ କ୍ରମେ ଏହି ସଂସ୍ଥା ଦ୍ବାରା ପରିଚାଳିତ ହେଉଥିବା ଚିନ୍ମୟ ବିଦ୍ଯାଳୟର ଶିକ୍ଷା ଦାନକୁ ପରିଚାଳନା କମିଟି ସମ୍ପୁର୍ଣ୍ଣ ବନ୍ଦକରୁଥିବା ପ୍ରତିବାଦ ସ୍ବରୂପ ବିଦ୍ଯାଳୟକୁ ବନ୍ଦ ନ କରିବା ପାଇଁ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀଙ୍କ ଦ୍ବାରସ୍ଥ ହୋଇଛନ୍ତି ୬ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ଅଭିଭାବକ ଓ ଜନସାଧାରଣ |

କାରଖାନା ହେଲେ ଅଞ୍ଚଳର ବିକାସ ହେବ, ଶିକ୍ଷା ମିଳିବ, ସ୍ବାସ୍ଥ୍ଯ ସେବାର ବ୍ଯବସ୍ଥା ରହିବ, ଗମନା ଗମନର ସୁବିଧା ମିଳିବ କିନ୍ତୁ ଥେରୁବାଲି ଠାରେ ଥିବା ଇମ୍ଫା କାରଖାନା କର୍ତ୍ତୃପକ୍ଷଙ୍କ ଟାଳଟୁଳ ନିତୀ ବ୍ଯବସ୍ଥା ମଧ୍ଯରେ ଅ ବ୍ଯବସ୍ଥା କହିଲେ ଅତ୍ଯୁକ୍ତି ହେବ ନାହିଁ |

୪୨ ବର୍ଷର ଚିନ୍ମୟ ବିଦ୍ଯାଳୟ ଶିକ୍ଷାନୁଷ୍ଠାନ, ସବୁରୀ ସୁ ବ୍ଯବସ୍ଥା ମଧ୍ଯରେ ପରିଚାଳନା କମିଟି ବନ୍ଦ କରିବାର ନିଷ୍ପତ୍ତି କାରଖାନା କର୍ମଚାରୀଙ୍କୁ ବୋଝ ଉପରେ ନଳିତା ବିଢା ସଦୃଶ ହୋଇଥିବା ବେଳେ ଇମ୍ଫା କାରଖାନା ପାରିପାର୍ଶିକ ଅଞ୍ଚଳବାସୀଙ୍କ ପିଲାମାନଙ୍କ ଇଂରାଜୀ ମାଧ୍ଯମ ଶିକ୍ଷା ପ୍ରାପ୍ତରୁ ଇମ୍ଫା କାରଖାନା କର୍ତ୍ତୃପକ୍ଷଙ୍କ ବଞ୍ଚିତ କରୁଥିବା ଅଭିଯୋଗ ହେଉଛି | ଅଭିଯୋଗ କରିଛନ୍ତି ଅଭିଭାବକ ମାନେ ସଞୟ ପାଣିଗ୍ରାହୀ,କମଳ ନୀଳଗିରୀ, ଜାହାଙ୍ଗିରି ଅନସାରି ,ସମିର ସାହା,ରବିନ୍ଦ୍ର ଗୁପ୍ତ,ନୀଳାମ୍ବର ଗାଣ୍ଟା,ଏହି ଅଭିଭାବକ ମାନେ ବନ୍ଦ ନହେବାକୁ ବିରୋଧ କରିଛନ୍ତି। ଚିନ୍ମୟ ବିଦ୍ଯାଳରୁ ଶିକ୍ଷାଦାନ ସବୁଦିନ ପାଇଁ ବନ୍ଦ କରୁଥିବା ଖବର ପ୍ରସାରିତ ହେବା ପରେ ଥେରୁବାଲି ଅଞ୍ଚଳବାସୀନ୍ଦାଙ୍କ ପିଲାଙ୍କ ଶିକ୍ଷାଦାନ ପାଇଁ ଅଭିଭାବକ ମାନସିକ ଭାରାକ୍ରାନ୍ତ ହୋଇପଡିଛନ୍ତି |

ଭଲରେ ଚାଲୁଥିବା ବିଦ୍ଯାଳୟକୁ ପରିଚାଳନା କର୍ତ୍ତୃପକ୍ଷ କେଉଁ କାରଣରୁ ବନ୍ଦ କରିବାକୁ ଯାଉଛନ୍ତି ତାହା ଏବେ ଅସ୍ପଷ୍ଟ ହୋଇ ରହିଛି କିନ୍ତୁ ପି ଆର୍ ଫୋନ ମଧ୍ଯମରେ ଯୋଗା ଯୋଗ କରିଥିବାରୁ ସେ କହିଥଲେ ଯେ ଏନ ଓସି ନାହଁ କିଏ ପ୍ରେନସ୍ସ ନାହଁ କିନ୍ତୁ ୨୦୨୪ ଅଛି, ନିଜର ଯାଗା ନାହଁ ବୋଲି ମତ ଦେଇଥିଲେ କିନ୍ତୁ ଉପରେ ଗ୍ରିଲ ଲାଇନ ଥିବା ଯୋଗୁଁ ଅସୁବିଧା ହେଉଛି ବୋଲି କହିଥିଲେ।

ଇମ୍ଫାକାରଖାନା କର୍ତ୍ତୃପକ୍ଷ ବିଦ୍ଯାଳୟ ଚଳାଇବା ପାଇଁ ନିଜ ପାଖରେ ଭିତ୍ତିଭୂମିନଥିବା ଦର୍ଶାଉଥିବା ବେଳେ ଏକ ଘରୋଇ ବିଦ୍ଯାଳୟ(ସେଞ୍ଚୁରିଆନ ପବ୍ଲିକ ସ୍କୁଲ)କୁ ଆଇଟିଆଇ ବିଲ୍ଡଙ୍ଗ ଥଇଥାନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ଯାନିତ କରିଛି ! ନିଜ ଘରେ ନିଜ ଜମିରେ ଏତେବଡ ସଂସ୍ଥା ଛାତ୍ରଛାତ୍ରୀଙ୍କ ଜଇନିଙ୍ଗ ଫି, ମାସିକ ଫି ଆଦାୟ କରିବା ସହ ସିଏସ୍ଆର୍ ଫଣ୍ଡ ବିନିଯୋଗ, ସର୍ବଶିକ୍ଷା ଅଭିଯାନ ପାଣ୍ଠିରୁ ଶ୍ରେଣୀଗୃହ ନିର୍ମାଣ କରି ପରିଚାଳନା କରୁଥିବା ସଂସ୍ଥା କ୍ଷତି ଦର୍ଶାଇ ଚିନ୍ମୟ ବିଦ୍ଯାଳୟକୁ ବନ୍ଦ କରୁଥିବା ବେଳେ ଭଡାରେ ଆଣିଥିବା ଉକ୍ତ ସେଞ୍ଚୁରିଆନ ବିଦ୍ଯାଳୟ କୁ ନେଇ ଅଭିଭାବକ ମହଲରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି |

ସରକାରୀ ଲିଜ୍ ଜମିକୁ ସେଞ୍ଚୁରିଆନ ବିଦ୍ଯାଳୟ କୁ ସବ୍ ଲିଜ୍(ଭଡା) ସୂତ୍ରରେ ଦେବା କେତେ ଦୂର ଆଇନ ବା ନ୍ଯାୟ ସଙ୍ଗତ ଏହା ପଛରେ କାହାର ପ୍ରଚ୍ଛଦ ହାତ ରହିଛି ।