
ସିଦ୍ଧନୟୀ , ୦୬/୦୪/୨୨ ( ଜିଲ୍ଲା ଖବର ) : ଆସିକା ବ୍ଲକ ସିଦ୍ଧନୟୀ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ତନୁଲତା ବିଷୋୟୀଙ୍କ ଦାୟିତ୍ୱ ଗ୍ରହଣ । ସ୍ୱାମୀଙ୍କର ଅଧୁରା ସ୍ବପ୍ନକୁ ପୁରା କରିବା ଲକ୍ଷ୍ୟରେ ରାଜନୀତିକୁ ଓଲ୍ହାଇ ଥିବା କହିଛନ୍ତି ତନୁଲତା ।



ପଞ୍ଚାୟତର ଉନ୍ନତିକୁ ବଜାୟ ରଖିବା ପାଇଁ ସମସ୍ତ ପ୍ରକାର କାର୍ଯ୍ୟ ଜାରି ରହିବ ଓ ସମସ୍ତ ହିତାଧିକାରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ନବନିର୍ବାଚିତ ସରପଞ୍ଚ ତନୁଲତା ବିଷୋୟୀ ।



ପୂର୍ବରୁ ତାଙ୍କ ସ୍ୱାମୀ ଚାରି ଚାରି ଥର ସରପଞ୍ଚ ଓ ସେଣ୍ଟ୍ରାଲ ବ୍ୟାଙ୍କର ପ୍ରେସିଡେଣ୍ଟ ଏବଂ କାର୍ଡ ବ୍ୟାଙ୍କର ଡ଼ାଇରେକ୍ଟର ରହି ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସମାପନ କରିଥିବା ବେଳେ ଏବେ ପୁଣି ତନୁଲତା ସମାଜସେବା କରିବାପାଇଁ ରାଜନୀତିକୁ ଓଲ୍ହାଇ ଥିବା କହିଛନ୍ତି ।


ଆସିକା ବ୍ଲକରେ ଏହି ପଞ୍ଚାୟତକୁ ଶ୍ରେଷ୍ଠ ପଞ୍ଚାୟତ ଭାବେ ଗଢି ତୋଳିବା ନିମନ୍ତେ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ସରପଞ୍ଚ ପ୍ରତିନିଧି ତଥା ବରିଷ୍ଠ ବିଜେଡି ନେତା ନନ୍ଦ କୁମାର ବିଷୋୟୀ ।


ଉକ୍ତ ଦାୟିତ୍ୱ ଗ୍ରହଣ ଉତ୍ସବରେ ସମିତିସଭ୍ୟ ପି. ରାଜୀବ ପାତ୍ର,ନାଏବ ସରପଞ୍ଚ କସ୍ତୁରୀ ପ୍ରଧାନ ,କନିଷ୍ଠ ଯନ୍ତ୍ରୀ ରଶ୍ମିତା ସାହୁ,କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ଗୌଡ଼, ଜି. ଆର. ଏସ କାହ୍ନୁ ଚରଣ ମହାରଣା,


ସରପଞ୍ଚ ପ୍ରତିନିଧି ନନ୍ଦ କୁମାର ବିଷୋୟୀ, ସମାଜସେବୀ ଶ୍ରୀକର ବିଷୋୟୀ,ଯୁବ ସାମ୍ବାଦିକ ବାଲ୍ମୀକି ବିଷୋୟୀ, ଯୁବ ସଭାପତି ବାବୁ ବିଷୋୟୀ, ଯୁବ ଓ ଛାତ୍ର ସଂଗଠକ ମୁନା ବିଷୋୟୀ, ରାଜେଶ୍ୱରୀ ଗୌଡ଼, ମାମି ବେହେରା ଏବଂ ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ ।


