
ଧରାକୋଟ , ୦୬/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଧରାକୋଟ ବ୍ଲକ ବାଖରକଟା ଗ୍ରାମରେ ଦୁଇଦିନ ହେଲା ହଇଜା ବ୍ୟାପିଛି। ବାଖରକଟା ଓ ଓଳମ୍ବା ଗ୍ରାମର ୫୩ ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ମାନେ ହେଲେ ବାଖରକଟା ଗ୍ରାମର ସନ୍ତୋଷ ଗୌଡ଼ ୩୨ ଓ ବୁଦ୍ଧିଆ ଗୌଡ଼ ୫୩ ବର୍ଷ ବୋଲି ଜଣା ପଡିଛି।ଗତକାଲି ୧୧ଜଣ ଆକ୍ରାନ୍ତ ଧରାକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିଲେ।


ଅନେକ ମଧ୍ୟ ମେଡ଼ିକାଲ ରୁ ଗ୍ରାମକୁ ଫେରିଛନ୍ତି।ଆଉକିଛି ବାଖରକଟା ଗ୍ରାମର ଅଙ୍ଗନାବାଡ଼ି କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ବେଳେ ଓଳମ୍ବା ଗ୍ରାମ ପଞ୍ଚୟତରେ ୧୦ ଜଣ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ବର୍ତ୍ତମାନ ସ୍ଥିତି ସ୍ଥିର ରହିଛି ।ବ୍ରହ୍ମପୁର ରୁ ଏକ ସ୍ୱତନ୍ତ୍ର ଟିମ ଗ୍ରାମରେ ପହଞ୍ଚି ସ୍ଥିତି ପରଖୁଛନ୍ତି। ଗତ କାଲି ରାତି ପ୍ରାୟ ୧୧ ଟା ସମୟରେ ଧରାକୋଟ ମେଡ଼ିକାଲ ଟିମ ଗ୍ରାମରେ ପହଞ୍ଚି ଗ୍ରାମର ଆକ୍ରାନ୍ତ ଙ୍କୁ ଭେଟି ପ୍ରାଥମିକ ଚିକିତ୍ସା କରିଛନ୍ତି।


ଗ୍ରାମରେ ଏହାକୁ ନେଇ ଆତଙ୍କ ପରିସ୍ଥିତି ସୃଷ୍ଟି ହୋଇଛି।ଗ୍ରାମରେ ୩ଦିନ ଧରି ଗ୍ରାମରେ ହୋଇଥିବା ଦଣ୍ଡ ନାଚର ପଣା ପିଇବା ଏବଂ ମଧ୍ୟ ରାତ୍ରରେ ଭୋଗ ଖାଇ ଝାଡାବାନ୍ତି ବ୍ୟପିଥିବା ପ୍ରାଥମିକ ତଦନ୍ତ ରୁ ଜଣା ପଡିଥିବା ଧରାକୋଟ ମେଡ଼ିକାଲ ଇଂଚାର୍ଜ ଙ୍କ ଠାରୁ ସୂଚନା ମିଳିଛି ।


DR.ଏମ.ଭି. କେ.ଅଶୋକ ସ୍ୱାସ୍ଥ୍ୟ ବିଭାଗ ସହ ଗ୍ରାମର ଅଙ୍ଗନବାଡ଼ି କର୍ମୀ ,ଅଶାକର୍ମୀ ଓ ସ୍ବେଚ୍ଛାସେବୀ ମାନେ ଗ୍ରାମର ଆକ୍ରାନ୍ତ ମାନଙ୍କ ବ୍ୟତୀତ ଘରେ ଘରେ ବୁଲି ଲକ୍ଷଣ ପରଖୁଛନ୍ତି ଆଉ ସଚେତନ କରାଇ ଚିକିତ୍ସା କରାଇବାକୁ ପରାମର୍ଶ ଦେଉଛନ୍ତି।



ଗ୍ରାମରେ ଏଥିନେଇ ଏକ ପ୍ରକାର ଭୟ ଓ ଆତଙ୍କ ଖେଳି ଯାଇଛି।ତେଣୁ ଲୋକେ ଗ୍ରାମରେ ଚାଲିଥିବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ରକୁ ନିଜ ଲୋକ ଏବଂ ସମ୍ପର୍କୀୟ ଙ୍କୁ ଚିକିତ୍ସା ପାଇଁ ଆଣୁଛନ୍ତି। ପ୍ରକୃତରେ ଏହା ଦଣ୍ଡନାଟ ପ୍ରାସାଦ ଖାଇ ଆକ୍ରାନ୍ତ ହୋଇଛି ନା ପାନୀୟ ଜଳ ବ୍ୟବହାର ଯୋଗୁଁ ଏପରି ଘଟିଛି ତାହାକୁ ପରୀକ୍ଷା ନିରୀକ୍ଷା କରିବା ଜରୁରୀ ହୋଇଛି।ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ଟିମ ଏହି ଆତଙ୍କ ଏଡ଼ାଇବା ପର୍ଯ୍ୟନ୍ତ ତଦାରଖ କରିବା ଅନିର୍ବାର୍ଯ୍ୟ ହୋଇପଡ଼ିଛି।



