Thursday, November 12, 2026
Home ଆଞ୍ଚଳିକ ବିଜେପିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ର।

ବିଜେପିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ର।

51

ଆଜି ସାମ୍ବାଦିକ ସମିଳନୀ କରି ଜଣାଇଲେ ଦେବାନନ୍ଦ। ୧୯୮୮ ରୁ ସେ ବିଜେପିରେ ଯୋଗ ଦେଇଥିଲେ।

୨୦୦୪ ଓ ୨୦୧୪ ରେ ହିଂଜିଲିକାଟୁର ବିଧାନସଭା ଆସନରେ ବିଜେପିର ବିଧାୟକ ପ୍ରାର୍ଥୀ ରୂପେ ନିର୍ବାଚନ ଲଢୁଥିଲେ।

ଦଳର କିଛି ଶୀର୍ଷସ୍ତରୀୟ ନେତା ତୃଣମୂଳ କର୍ମୀଙ୍କୁ ଅଣଦେଖା କରିବା, ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ହେତୁ ପ୍ରତିବାଦ ସ୍ୱରୂପ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ।

ଭବିଷ୍ୟତ ଅନ୍ୟ କୌଣସି ଦଳ ସହ ଯୋଗ ଦେଲେ ଜଣାଇବେ ବୋଲି କହିଲେ।