
ଗୁଣୁପୁର , ୦୬/୦୪/୨୨ ( ଜିଲ୍ଲା ଖବର ) : ଆଜି ସ୍ଥାନୀୟ ଗୁଣୁପୁର ସ୍ଥିତ ମୋତିଲାଲ ନଗର ଠାରେ ଥିବା ଅଧିଷ୍ଠିତ ଦେବତା ମୁତ୍ୟାଲୁ ମା ଙ୍କ ୨୩ତମ ଶୀତଳ ଚୈତ୍ର ଯାତ୍ରା ପାଇଁ ଆଜି ଶୁଭ ଦିଆଯାଇଛି।

ଏହି ଅବସରରେ ମନ୍ଦିରରେ ପ୍ରାଙ୍ଗଣରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଶୁଭ ଦିଆ ଯାଇଥିଲା।

ଆସନ୍ତା ଏପ୍ରିଲ ୧୪ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା କରିବା ପାଇଁ ପୂଜା କମିଟି ପକ୍ଷରୁ ଧାର୍ଯ୍ୟ କରାଯାଇଛି।

ଯାତ୍ରା ନିମନ୍ତେ ଏକ ପୂର୍ବ ପ୍ରସ୍ତୁତି ବୈଠକ କରାଯାଇ ଯାତ୍ରା ର ରୂପ ରେଖା ନିମନ୍ତେ ଆଲୋଚନା କରାଯାଇଥିଲା।


