
ଗୁଣପୁର , ୦୬/୦୪/୨୨ ( ଜିଲ୍ଲା ଖବର ) : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଗୁଣୁପୁର ର ଧନ୍ଦାମୂଳକ ଶିକ୍ଷା ଅନ୍ତର୍ଗତ ଅଟୋମୋଟିଭ ଓ ଇଲେକ୍ଟ୍ରୋନିକ୍ସ ହାର୍ଡୱେର ଟ୍ରେଡ ଛାତ୍ରୀଙ୍କ ଔଦ୍ୟୋଗିକ ପରିଭ୍ରମଣ ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ।



ଏଥିରେ ସମସ୍ତ ଛାତ୍ରୀ ବହୁ ଉତ୍ସାହ ସହ ଯୋଗ ଦେଇ ନୂତନ ଜ୍ଞାନ କୌଶଳ ର ଆବଶ୍ୟକତା ଏବଂ ଉପଯୋଗୀତା ବିଷୟରେ ଜ୍ଞାନ ଆହରଣ କରିଥିଲେ ।




ଏଥିରେ ଜିଆଇଇଟି ବିଶ୍ୱବିଦ୍ୟାଳୟ ର ରେଜିଷ୍ଟ୍ରାର ଡଃ. ଏନ. ଭି. ଜଗନ୍ନାଥ ରାଓ, ମେକାନିକାଲ ବିଭାଗ ର ମୁଖ୍ୟ ଶ୍ରୀ ଶିବବ୍ରତ ମହାନ୍ତି, ସହଯୋଗୀ ପ୍ରଫେସର ଡଃ. କାଳୀ ଚରଣ ରଥ, ଶ୍ରୀ ଶକ୍ତି ପ୍ରସନ୍ନ ଖାଡଙ୍ଗା ତଥା





ଇଲେକଟ୍ରୋନିକ୍ସ ଓ ଇଲେକଟ୍ରିକାଲ ବିଭାଗର ମୁଖ୍ୟ ଶ୍ରୀ ସଚ୍ଚ ପ୍ରସାଦ ଓ ସହଯୋଗୀ ଅକ୍ଷୟ କୁମାର ସାହୁ ଓ ପଦ୍ମଲୋଚନ ପାତ୍ର ସମସ୍ତ ପ୍ରକାରର ସହଯୋଗ କରିଥିଲେ ।






ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସଙ୍ଘମିତ୍ରା ମିଶ୍ର ତଥା ଧନ୍ଦାମୂଳକ ଶିକ୍ଷା ର ଦୁଇ ପ୍ରଶିକ୍ଷକ ଶ୍ରୀ ଆକାଶ ପାଣିଗ୍ରାହୀ ଓ ଶ୍ରୀ ବିକ୍ରମଜିତ ପାତ୍ର ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ।



