Monday, November 16, 2026
Home ଆଞ୍ଚଳିକ ସଡକ ଦୁର୍ଘଟଣାରୁ ମୁକ୍ତି ପାଇଁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଉପକଣ୍ଠରେ ଦେବୀ ପୂଜା ।

ସଡକ ଦୁର୍ଘଟଣାରୁ ମୁକ୍ତି ପାଇଁ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଉପକଣ୍ଠରେ ଦେବୀ ପୂଜା ।

61

ବୁଗୁଡା , ୦୫/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ପୋଲସରା ଓ ବୁଗୁଡ଼ା ଉପକଣ୍ଠରେ ଥିବା ମା’ସନ୍ତୋଷୀ ମନ୍ଦିରର ଠାରୁ ଏପାଖ ସେପାଖ ହୋଇ ଦୀର୍ଘ ଦୁଇଶ’ ମିଟରର ରାସ୍ତାରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟି ଆସୁଥିବା ବେଳେ ବର୍ତ୍ତମାନ ପାଞ୍ଚମାସ ମଧ୍ୟରେ ପ୍ରାୟ ଦଶଜଣଙ୍କ ମୃତ୍ୟୁ ଘଟି ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ପ୍ରଶାସନର ହସ୍ତକ୍ଷେପ ଫଳରେ ସମାଧାନ କରିଥିଲେ ।

କିନ୍ତୁ ସ୍ଥାନୀୟ ଲୋକଙ୍କ ସେହି ମନ୍ଦିରର ଏପାଖ ସେପାଖରେ କେତୋଟି ହମ୍ପସ୍ କରିବା ନେଇ ଅଭିଯୋଗ ହୋଇଥିଲା ହେଲେ ପ୍ରଶାସନ ହଁ ଭରିଦେଇ ଆଉ କାର୍ଯ୍ୟରେ ଲଗାଇଲେ ନାହିଁ। ତା’ପରେ ପୁଣି ସପ୍ତାହ ମଧ୍ୟରେ ଦୁର୍ଘଟଣା ଘଟି ଯୁବକଟିଏ ମୃତ୍ୟୁବରଣ କରିଥିଲା ପୁଣି ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିବା ବେଳେ ପ୍ରଶାସନର ନିଦ୍ରା ଭାଙ୍ଗିଥିଲା ଯା’ଫଳରେ ବର୍ତ୍ତମାନ ମନ୍ଦିରର ଦୁଇ ପାର୍ଶ୍ଵରେ ତିନୋଟି ଲେଖାଏଁ ହମ୍ପସ୍ କରିଥିଲେ।

ବାରମ୍ବାର ଏହିପରି ଦୁର୍ଘଟଣା ଘଟୁଥିବା ଫଳରେ ଏକ ଦୈବୀଶକ୍ତିର ପ୍ରଭାବ ରହୁଥିବା ସ୍ଥାନୀୟ ଲୋକଙ୍କ ବିଶ୍ୱାସ କରୁଛନ୍ତି କାରଣ ଦୀର୍ଘ ପନ୍ଦର ବର୍ଷ ପୂର୍ବେ ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ପ୍ରତିବର୍ଷ ଆଶ୍ୱିନ ମାସର ନବରାତ୍ରୀ ପୂଜା କାଳରେ ଅଷ୍ଟମୀ କିମ୍ବା ନବମୀ ଦିନ ସେହି ରାସ୍ତାରେ ସନ୍ଧିପୂଜା ରେ ବିଧିବିଧାନ କରୁଥିଲେ ବର୍ତ୍ତମାନ ଏହି ପୂଜା ପନ୍ଦର ବର୍ଷ ହେଲା ବନ୍ଦ କରିଦେଇଥିବା ଯୋଗୁଁ ଏପରି ଅଘଟଣ ଦେଖିବାକୁ ମିଳୁଛି ବୋଲି ଲୋକଙ୍କ ମନରେ ଧାରଣା ରହିଛି।

ଦୁର୍ଘଟଣା ଅତ୍ୟଧିକ ବୃଦ୍ଧି ପାଉଥିବା ଯୋଗୁଁ ସ୍ଥାନୀୟ ଲୋକେ ଆଜି ସଡକ ଦୁର୍ଘଟଣାରୁ ମୁକ୍ତି ପାଇଁ ଦେବୀ ପୂଜା ସହ ଘୃତଯଜ୍ଞ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅନ୍ନଯଜ୍ଞ ମଧ୍ୟ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମା’ସନ୍ତୋଷୀ ମନ୍ଦିର ଉନ୍ନୟନ କମିଟିର ସମସ୍ତ କର୍ମକର୍ତ୍ତାମାନଙ୍କ ସମେତ ସାହିବାସିନ୍ଦାମାନେ ସହଯୋଗ କରିଥିଲେ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।