Home ଅପରାଧ ସଡ଼କ ଦୁର୍ଘଟଣା ରେ ତିନି ମୃତ, ଜଣେ ଗୁରୁତର।

ସଡ଼କ ଦୁର୍ଘଟଣା ରେ ତିନି ମୃତ, ଜଣେ ଗୁରୁତର।

96

ଗାଙ୍ଗପୁର , ୦୫/୦୪/୨୨ (ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇନ୍ଧନପୁର ଛକରେ ଆଜି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଯାଇଛି l ମେକ୍ସପିକପ ସହିତ ମୋଟରସାଇକେଲ ଧକ୍କା ରେ ଗୋଟିଏ ପରିବାର ର ତିନି ମୃତ ହୋଇଥିବା ବେଳେ ଜଣେ 5 ବର୍ଷର ଶିଶୁ ଗୁରୁତର ହୋଇଛନ୍ତି l

ଗୁରୁତର ଶିଶୁ କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି l ଅନ୍ୟପଟେ ମୃତ ବ୍ୟକ୍ତି ମାନଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି l

ମୃତ ବ୍ୟକ୍ତି ହେଲେ ମୁନିଗାଡ଼ି ଗ୍ରାମର ଜୟରାମ ନାୟକ ଓ ତାଙ୍କ ଦୁଇଝିଅ ଲକ୍ଷ୍ମୀ ନାୟକ, ରିଙ୍କି ନାୟକ ହୋଇଥିବା ବେଳେ ଜୟରାମ ଙ୍କ ନାତି ଗୁରୁତର ହୋଇ ଥିବା ସୂଚନା ମିଳିଛି l