Home ଆଞ୍ଚଳିକ ଏ.ବି.ଭି.ପି ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ କାର୍ଯ୍ୟକ୍ରମ

ଏ.ବି.ଭି.ପି ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ କାର୍ଯ୍ୟକ୍ରମ

30

ଆସିକା,୧୫/୧୨(ଖିରୋଦ ଚନ୍ଦ୍ର ବେହେରା); ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଭା ଗୃହ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଘୁମୁସର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଭା ସଂଗମ କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରାୟ ୫୦ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଯୋଗ ଦେଇଥିବା ବେଳେ ସଙ୍ଗୀତ,ରଙ୍ଗୋଲି,ନୃତ୍ୟ ସମେତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠୀତ ହୋଇଥିଲା । ବିଚାରକ ଭାବେ ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଗୁରୁଜୀ ଶ୍ରୀ ଶରତ ଚନ୍ଦ୍ର ମୁନୀ,ବିଭାଗ ସହସଂଯୋଜକ ଶ୍ରୀ କୃଷ୍ଣ ଚନ୍ଦ୍ର ସୁଆଁସିଆ ପ୍ରମୁଖ ଯୋଗ ଦେଇ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ପ୍ରତିଯୋଗିତାରେ ଯୋଗ ଦେଇଥିବା ସମସ୍ତ ପ୍ରତିଯୋଗିତାଙ୍କୁ ଅନ୍ତର୍ନିହିତ ଶକ୍ତି,କଳାତ୍ମକ ଶିକ୍ଷା ଓ ସମାଜ ପାଇଁ ରହିଥିବା ଗୁରୁ ଦାୟିତ୍ୱ ସମ୍ପର୍କୀତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ବିଚାରକ ମଣ୍ଡଳିଙ୍କ ଦ୍ୱାରା ଆଲୋଚନା କରାଯାଇଥିଲା ।

ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ ମାନେ ଆସନ୍ତା ୨୬,୨୭,୨୮ ଡିସେମ୍ବରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଭା ସଂଗମ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଅବସରରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ ଓ ଅଂଶଗ୍ରହଣ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏବିଭିପି ଆସିକା ଶାଖା କାର୍ଯ୍ୟକାରିଣୀ ସଦସ୍ୟ କାର୍ତିକେଶ୍ୱର ନାହକ,ଆସିକା ନଗର ସମ୍ପାଦକ ସ୍ୱାଗତ କୁମାର ତ୍ରିପାଠି ପ୍ରମୁଖ ପରିଚାଳନା କରିଥିଲେ । ଏବିଭିପି ଆସିକା ଶାଖା ସହସଂଯୋଜକ ଆଦିତ୍ୟ ସ୍ୱାଇଁ, ସଦସ୍ୟ କୁମାର ବଳରାମ ପ୍ରଧାନ,ହିମାଶୁଂ,ଚନ୍ଦନ,କୃଷ୍ଣ,ସାଗର,ସୁଧାଶୁଂ, ହିମେଶ ପ୍ରମୁଖ ସହ ଯୋଗ କରିଥିିଲେ । ଶେଷରେ ଆସିକା ନଗର ସମ୍ପାଦକ ସ୍ୱାଗତ କୁମାର ତ୍ରିପାଠି ଧନ୍ୟବାଦ ଅର୍ପଣ କରିଥିଲେ ।