Monday, November 16, 2026
Home ଆଞ୍ଚଳିକ ନନ୍ଦିଘୋର ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ମନ୍ତ୍ରୀଡି ସାହୁ ବ୍ରାହ୍ମଣ ସେବା ସଙ୍ଘ l

ନନ୍ଦିଘୋର ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ମନ୍ତ୍ରୀଡି ସାହୁ ବ୍ରାହ୍ମଣ ସେବା ସଙ୍ଘ l

171

ଧରାକୋଟ , ୦୪/୦୪/୨୨ ( ଜିଲ୍ଲା ଖବର ) : ଧରାକୋଟ ବ୍ଲକ ଅନ୍ତର୍ଗତ ଜଗମୋହନ ପଞ୍ଚାୟତର ନନ୍ଦିଘୋର ଗ୍ରାମରେ

ଗତ ଏପ୍ରିଲ ୧ ତାରିଖରେ ରାଧାମୋହନ କର ଙ୍କ ଘର ପୋଡ଼ିଯାଇଥିଲା ।

ଗଣମାଧ୍ୟମରୁ ଖବର ପାଇ ମନ୍ତ୍ରୀ ଡି ସାହୁ ବ୍ରାହ୍ମଣ ସେବା ସଂଘ ତରଫରୁ ଜୋନ ସଭାପତି ରମେଶ ଚନ୍ଦ୍ର କର, ଉପସଭାପତି ବିଶ୍ୱନାଥ ମହାପାତ୍ର,ସମ୍ପାଦକ କୃଷ୍ଣଚନ୍ଦ୍ର ପତି, ଗ୍ରାମ୍ୟ ସଭାପତି କେଦାରନାଥ ମହାନ୍ତି,

ଗ୍ରାମ୍ୟ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ନନ୍ଦିଘୋର ଗ୍ରାମକୁ ଯାଇ ନନ୍ଦିଘୋର ଗ୍ରାମ୍ୟ ସଭାପତି ରବି ନାରାୟଣ ପତିଙ୍କ ଉପସ୍ଥିତିରେ ନନ୍ଦିଘୋର ଅଗ୍ନି ବିପନ୍ନ ରାଧାମୋହନ କରଙ୍କୁ ଏକ ପକେଟ ଚାଉଳ, ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ପ୍ରଦାନ କଲେ।

ଏହାସହ ସରକାରୀ ଯୋଜନାର ସମସ୍ତ ସହାୟତା ପ୍ରଦାନ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।